www.samajalive.in
Sunday, December 7, 2025
14.1 C
Bhubaneswar

ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବନି

କାନାନାସକିସ: କାନାଡାର କାନାନାସକିସରେ ଚାଲିଥିବା ଜି-୭ ରାଷ୍ଟ୍ର ଗୋଷ୍ଠୀ ବୈଠକରେ ମିଳିତ ବିବୃତି ଜାରି କରାଯାଇଛି। ସୋମବାର ଜାରି ହୋଇଥିବା ମିଳିତ ବିବୃତିରେ କୁହାଯାଇଛି ଯେ ଇରାନ କେବେହେଲେ ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ। ଏହା ସହିତ ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ଉତ୍ତେଜନାକୁ ବନ୍ଦ କରିବା ଦିଗରେ ଇରାନ ପଦକ୍ଷେପ ନେବା ଦରକାର। ଇରାନର ପରମାଣୁ କେନ୍ଦ୍ରଗୁଡିକ ଉପରେ ଇସ୍ରାଏଲ ଆକ୍ରମଣ କରିବା ପୂର୍ବକ ଇସ୍ରାଏଲ ଅପରେସନ ରାଇଜିଂ ଲାୟନ ନାମରେ ସାମରିକ ଅଭିଯାନ ଚଳାଇଛି। ଇରାନ ପରମାଣୁ ଅସ୍ତ୍ର ତିଆରି କରି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଧମକ ଦେଉଥିବାବେଳେ ଇସ୍ରାଏଲ ଏପରି ଅଭିଯାନ ଚଳାଇଛି। ଇସ୍ରାଏଲର ଏପରି ଅଭିଯାନକୁ ଜି-୭ ରାଷ୍ଟ୍ରଗୁଡିକ ସମର୍ଥନ କରିଛନ୍ତି। ଜି-୭ ଏହାର ମିଳିତ ବିବୃତିରେ କହିଛି ଯେ ନିଜର ସୁରକ୍ଷା ପାଇଁ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ଯଥାର୍ଥ। ଇସ୍ରାଏଲ ନିଜର ଆତ୍ମରକ୍ଷା ପାଇଁ ଏପରି ଆକ୍ରମଣ କରିଛି ବୋଲି ବିବୃତିରେ କୁହାଯାଇଛି।

ଇସ୍ରାଏଲ ଆକ୍ରମଣ ଉପରେ ଇରାନ ପ୍ରତି ଜବାବ ଦେଉଥିବାରୁ ଏହା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ସୃଷ୍ଟି କରିଛି। ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଏହି ଯୁଦ୍ଧ ଯୋଗୁଁ ଗାଜାରେ ଅସ୍ତ୍ରବିରତି ଆଲୋଚନା ପ୍ରଭାବିତ ହୋଇଛି। ତେଣୁ ଇରାନ ଏହି ଯୁଦ୍ଧ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ଦରକାର। ବିଶେଷକରି ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମରୁ ସମ୍ପୂର୍ଣ୍ଣ ଓହରି ଯିବା ଲାଗି ଜି-୭ ରାଷ୍ଟ୍ରଗୁଡିକ ପକ୍ଷରୁ କୁହାଯାଇଛି।

- Advertisement -

ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଜି-୭ ସମ୍ମିଳନୀ ପ୍ରଭାବିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ମିଳନୀକୁ କାଟଛାଣ୍ଟ କରି ହଠାତ୍ ସ୍ବଦେଶ ଫେରିଯାଇଛନ୍ତି। ଟ୍ରମ୍ପ ସୋମବାର ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ସେ ମଙ୍ଗଳବାର ପର୍ଯ୍ୟନ୍ତ ସମ୍ମିଳନୀରେ ରହିବାର ଥିଲା। ମାତ୍ର ସେ ଦିନକ ପୂର୍ବରୁ ସମ୍ମିଳନୀ ଛାଡି ଚାଲିଯାଇଛନ୍ତି। ଆମେରିକା ଫେରିବା ପୂର୍ବର ଟ୍ରମ୍ପ ଇରାନକୁ କଡା ଚେତାବନୀ ଦେଇଛନ୍ତି। ରାଜଧାନୀ ତେହରାନ ଛାଡି ଚାଲିଯିବା ଲାଗି ସେ ଇରାନର ସାଧାରଣ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ଆକ୍ରମଣ ସତ୍ତ୍ବେ ଇରାନର ପ୍ରମୁଖ ପରମାଣୁ କେନ୍ଦ୍ର ସକ୍ରିୟ ରହିଛି। ଇରାନର ଫୋରଡୋ ୟୁରାନିୟମ୍ ଉତ୍ପାଦନ କେନ୍ଦ୍ର ସକ୍ରିୟ ରହିଥିବାରୁ ଏହା ପାଶ୍ଚାତ୍ୟ ଦେଶ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକ ଲାଗି ଉଦ୍‌ବେଗର ବିଷୟ ହୋଇଛି। ଟ୍ରମ୍ପ କହିଛନ୍ତି ଯେ ଇରାନ ଏହାର ସମସ୍ତ ପରମାଣୁ କାର୍ଯ୍ୟକ୍ରମକୁ ଆନ୍ତର୍ଜାତିକ ସମୁଦାୟକୁ ହସ୍ତାନ୍ତର କରିବା ପରେ ଅସ୍ତ୍ରବିରତି କଥାବାର୍ତ୍ତା କରାଯିବ।

ଡୋନାଲ୍ଡ ଟ୍ରମ୍ପ ଜି-୭ ସମ୍ମିଳନୀର କାର୍ଯ୍ୟକ୍ରମକୁ କାଟଛାଣ୍ଟ କରି ସ୍ବଦେଶ ଫେରି ଆସିବା ପରେ ସମ୍ମିଳନୀର ଆଲୋଚନା ପ୍ରଭାବିତ ହୋଇଛି। ଜି-୭ ସମ୍ମିଳନୀରେ ଲିଙ୍ଗଗତ ସମାନତା, ଜଳବାୟୁ ପରିବର୍ତ୍ତନ, ବିଶ୍ବ ଦାରିଦ୍ର୍ୟ, ସ୍ବାସ୍ଥ୍ୟ, ସମଲିଙ୍ଗୀଙ୍କ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରି ନାହିଁ। ବିଶ୍ବ ଶକ୍ତି ସୁରକ୍ଷା ଲାଗି ପ୍ରମୁଖ ଖଣିଜ ସମ୍ପଦର ଯୋଗାଣ, ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ମଧ୍ୟ ହୋଇପାରି ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories