www.samajalive.in
Sunday, December 7, 2025
26.1 C
Bhubaneswar

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କରିଛି । ଦକ୍ଷିଣ ଲେବାନନରେ ଥିବା ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ଏପର୍ଯ୍ୟନ୍ତ ଏହି ଆକ୍ରମଣରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ସେହି ଶିବିର ଉପରେ ହୋଇଥିଲା ଯେଉଁଠାରେ ହମାସ ତାଲିମ ନେଉଥିଲା । ଇସ୍ରାଏଲୀ ସେନା କହିଛି ଯେ ଇସ୍ରାଏଲ ଏବଂ ଏହାର ସେନା ଉପରେ ଆକ୍ରମଣ କରିବା ପାଇଁ ଶିବିରରେ ପ୍ରସ୍ତୁତି ଚାଲିଛି । ଏଥିରେ କୁହାଯାଇଛି ଯେ ହମାସ ଯେଉଁଠାରେ ସକ୍ରିୟ ଥାଉ ନା କାହିଁକି ଇସ୍ରାଏଲୀ ସେନା ହମାସ ବିରୁଦ୍ଧରେ ଏହି କାର୍ଯ୍ୟାପୁଷ୍ଠାନ ଜାରି ରଖିବ ।

ସରକାରୀ ଅଧିକାରୀଙ୍କ ଅନୁଯାୟୀ ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ଲେବାନନରେ ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ବିମାନ ଆକ୍ରମଣ କରିଛି । ଏପର୍ଯ୍ୟନ୍ତ ବିମାନ ଆକ୍ରମଣରେ ୧୧ଜଣ ମୃତ୍ୟୁ ହୋଇଛି, ଏଥରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏଠାରେ କହି ରଖୁଛୁ ଯେ ଇସ୍ରାଏଲ-ହିଜବୋଲା ଯୁଦ୍ଧରେ ଏକ ବର୍ଷ ପୂର୍ବରୁ ଯୁଦ୍ଧବିରତି ହୋଇଛି । ସେବେଠାରୁ ଲେବାନନ ଉପରେ ଏହା ଭୟଙ୍କର ଆକ୍ରମଣ ଥିଲା ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories