ବାସୁଦେବପୁର: ରବିବାର ଥିଲା ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଶହିଦ ଦିବସ । ଇରମରେ ପ୍ରାଣବଳି ଦେଇଥିବା ଶହିଦ ମାନଙ୍କ ପାଇଁ ଆୟୋଜନ ହୋଇଥିଲା ଶ୍ରଦ୍ଧାଞ୍ଜଳୀ ସମାରୋହ । ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ଟର ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସଙ୍କ ସହିତ ଅନ୍ୟାନ ନେତୃବୃନ୍ଦ ଉପସ୍ଥିତ ରହି ଶହୀଦ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।



