www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ପଞ୍ଜାବ କିଙ୍ଗ୍‌ସ ବନାମ ଗୁଜରାଟ ଟାଇଟାନ୍‌ସ ଲଢ଼େଇ

ମୋହାଲି: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୬ର ଗୁରୁବାର ମୋହାଲି​‌ରେ ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ଉଭୟ ଦଳ ଶେ​‌ଷ ମ୍ୟାଚରେ ପରାଜିତ ହୋଇଥିବା ବେଳେ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ।

ଶିଖର ଧାୱନଙ୍କ ନେତୃତ୍ବାଧିକ ପଞ୍ଜାବ କିଙ୍ଗ୍‌ସ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ ୭ରନରେ କଲକାତା ନାଇଟ୍‌ ରାଇଡର୍ସକୁ ଓ ଦ୍ବିତୀୟ ମ୍ୟାଚରେ ୫ରନରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଥିଲା। ୩ୟ ମ୍ୟାଚରେ ଦଳ ସନରାଇଜର୍ସ ହାଇଦରାବାଦ୍‌ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂରେ ଶିଖର ଧାୱନ ୨ଟି ଅର୍ଦ୍ଧଶତକ ସହ ୨୨୫ରନ କରି ରନ ସ୍କୋରର ଶୀର୍ଷରେ ରହିଛନ୍ତି।

- Advertisement -

ସେହିପରି ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ ଚେନ୍ନଇ ସୁପରକିଙ୍ଗ୍‌ସକୁ ୫ ୱିକେଟରେ ଓ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟରେ ପରାଜିତ କରିଥିବା ବେଳେ ଶେଷ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ନିକଟରୁ ୩ ୱିକେଟରେ ପରାଜିତ ହୋଇଥିଲା। ରିଙ୍କୁ ସିଂହ ଗୁଜରାଟ ନିକଟରୁ ଉକ୍ତ ମ୍ୟାଚକୁ ଛଡାଇ ନେଇଥିଲେ। ୟଶ ଦୟାଲଙ୍କ ବୋଲିଂରେ ରିଙ୍କୁ ଶେଷ ୫ଟି ବଲରୁ ୫ଟି ଛକା ମାରି ଗୁଜରାଟ ନିକଟରୁ ମ୍ୟାଚ ଛଡାଇ ନେଇଥିଲେ। ଉକ୍ତ ମ୍ୟାଚକୁ ଭୁଲି ଗୁଜରାଟ ଏବେ ପଞ୍ଜାବ ବିପକ୍ଷ ମ୍ୟାଚ ଉପରେ ନଜର ଦେଉଛି। ବ୍ୟାଟିଂରେ ଶୁବମାନ ଗିଲ୍‌, ସାଇ ସୁଦର୍ଶନ, ରିଦ୍ଧିମାନ ସାହ, ଡେଭିଡ୍‌ ମିଲର ଓ ବିଜୟ ଶଙ୍କର ପ୍ରମୁଖ ଭଲ ଫର୍ମରେ ଥିବା ସହିତ ରନ କରୁଛନ୍ତି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories