www.samajalive.in
Sunday, December 7, 2025
18.1 C
Bhubaneswar

ଆଇପିଏଲ୍‌ର ଅଫିସିଆଲ ପାର୍ଟନର୍ ହେଲା ଅପ୍‌ଷ୍ଟକ୍ସ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍ ବ୍ରୋକରେଜ୍ ସଂସ୍ଥା ଅପ୍‌ଷ୍ଟକ୍ସ ଆଇପିଏଲ୍‌ର ଅଫିସିଆଲ୍ ପାର୍ଟନର୍ ଭାବେ ଯୋଗ ଦେଇଛି ବୋଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପରିଚାଳନା ପରିଷଦ (ଆଇପିଏଲ୍ ଜିସି) ପକ୍ଷରୁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍ ୯ରୁ ଆଇପିଏଲ୍ ଆରମ୍ଭ ହେଉଛି। ଏହା ହେଉଛି ଏକ ବହୁ ବର୍ଷୀୟ ସହଯୋଗିତା।
ଭାରତୀୟ ନିବେଶକମାନଙ୍କ ପାଇଁ ଆର୍ଥିକ ନିବେଶକୁ ସହଜ, ସମାନ ଏବଂ ସୁଲଭ କରିବା ଲାଗି ଅପ୍‌ଷ୍ଟକ୍ସକୁ ସ୍ଥାପନ କରାଯାଇଛି ଯାହା ଷ୍ଟକ୍, ମ୍ୟୁଚୁଆଲ୍ ଫଣ୍ଡ୍, ଡିଜିଟାଲ୍ ଗୋଲ୍ଡ, ଡେରିଭେଟିଭସ୍ ଓ ଇଟିଏଫ୍‌ର ଉଭୟ ନିବେଶକ ଓ ଟ୍ରେଡରଙ୍କ ପାଇଁ ଅନଲାଇନ୍ ନିବେଶ ସୁବିଧା ପ୍ରଦାନ କରୁଛି। ଟାଇଗର୍ ଗ୍ଲୋବାଲ୍ ଭଳି ନିବେଶକଙ୍କ ସମର୍ଥନ ଥିବା ଏହି ସଂସ୍ଥା ପାଖରେ ୨.୮ ନିୟୁତରୁ ଅଧିକ ନିବେଶକ ରହିଛନ୍ତି।

ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ୍‌ କହିଛନ୍ତି ଯେ ଭାରତର ଅନ୍ୟତମ ସର୍ବାଧିକ ଦେଖା ହେଉଥିବା କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଅଫିସିଆଲ ସହଯୋଗୀ ଭାବେ ଅପ୍‌ଷ୍ଟକ୍ସ ସାମିଲ କରିଥିବାରୁ ଆମେ ବହୁତ ଖୁସି। ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଅପ୍‌ଷ୍ଟକ୍ସ ସହିତ ଆଇପିଏଲ୍ ଦର୍ଶକଙ୍କ ଭିତରେ ଗଭୀର ପ୍ରଭାବ ପକାଇପାରିବ ବିଶେଷ କରି ସେହି ନିୟୁତାଧିକ ଯୁବ ଭାରତୀୟ ଯେଉଁମାନେ ଆର୍ଥିକ ସ୍ତରରେ ସ୍ୱାଧୀନ ହେବାକୁ ଚାହୁଛନ୍ତି ଏବଂ ସେମାନଙ୍କ ପୋର୍ଟଫୋଲିଓକୁ ପରିଚାଳନା କରିବା ଲାଗି ଅଧିକ ବିକଳ୍ପ ସନ୍ଧାନ କରୁଛନ୍ତି ସେମାନଙ୍କ ପାଇଁ ଏହା ବିଶେଷ ସହାୟକ ହେବ।
ଏହି ସହଯୋଗିତା ସମ୍ପର୍କରେ ଅପ୍‌ଷ୍ଟକ୍ସ ସହ ପ୍ରତିଷ୍ଠାତା ରବି କୁମାର କହିଛନ୍ତି ଯେ ଭାରତରେ ବିସିସିଆଇର ଆଇପିଏଲ୍ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି। କ୍ରିକେଟ୍ ହେଉଛି କ୍ରୀଡ଼ା ଠାରୁ ଆହୁରି ବହୁତ କିଛି। ନୂଆ ପିଢ଼ିଙ୍କ ଭିତରେ ଏହା ବେଶ ଲୋକପ୍ରିୟ ଥିବାରୁ ଆମର ସାମାଜିକ ଜୀବନ ଏବଂ ସଂସ୍କୃତି ଉପରେ ଏହାର ଗଭୀର ପ୍ରଭାବ ରହିଛି। ବିଗତ ଦଶନ୍ଧୀ ଭିତରେ ଭାରତୀୟ କ୍ରିକେଟ୍‌କୁ ଆଇପିଏଲ୍ ଏକ ନୂତନ ଦିଗ ଦେଇଛି, ଠିକ୍ ସେହିପରି ଅପ୍‌ଷ୍ଟକ୍ସ ଭାରତରେ ଫାଇନାନ୍ସରେ ବିପ୍ଳବ ଆଣିିଛି। ଏଥିପାଇଁ ଦୁଇ ବ୍ରାଣ୍ଡ୍ ଭିତରେ ଉଭୟ ପ୍ରାକୃତି ସମ୍ପର୍କ ସୃଷ୍ଟି ହୋଇଛି। କ୍ରିଡ଼ା ଓ ଫାଇନାନ୍ସ ମଧ୍ୟରେ ଏହି ସମନ୍ୱୟ ଜରିଆରେ ଆମେ ସାରା ଭାରତରେ ଆର୍ଥିକ ସାକ୍ଷରତାର ପ୍ରସାର କରିବୁ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories