www.samajalive.in
Friday, December 5, 2025
16.1 C
Bhubaneswar

ଆଇପିଏଲ୍‌ – କେକେଆର୍‌କୁ ହରାଇଲା ପଞ୍ଜାବ

ମୋହାଲି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର କ୍ରମାଗତ ୨ୟ ଦିନରେ ଦୁଇ ପୂର୍ବତନ ଚମ୍ପିଆନ୍‌ ପରାସ୍ତ ହୋଇଛନ୍ତି। ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍‌ସ ପରାସ୍ତ ହୋଇଥିବା ବେଳେ ଶନିବାର କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପରାସ୍ତ ହୋଇଛି। ଶନିବାର ଅପରାହ୍‌ଣରେ ଡିଏଲ୍‌ଏସ୍‌ ବା ବର୍ଷା ନିୟମରେ କେକେଆର୍‌କୁ ୭ ରନ୍‌ରେ ପଞ୍ଜାବ କିଙ୍ଗ୍‌ସ ପରାସ୍ତ କରିଛି। ଭାନୁକା ରାଜପକ୍ଷଙ୍କ ଅର୍ଦ୍ଧଶତକ ଓ ଶିଖର ଧାୱନଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୦ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ କିଙ୍ଗ୍‌ସ ୫ ୱିକେଟରେ ୧୯୧ ରନ୍‌ର ପ୍ରଭାବଶାଳୀ ସ୍କୋର୍ କରିଥିଲା। ପରେ ୧୬ ଓଭରରେ କେକେଆର୍ ୭ ୱିକେଟରେ ୧୪୬ ରନ୍‌ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଆଉ ଖେଳ ସମ୍ଭବ ହୋଇନଥିଲା। ଡିଏଲ୍‌ଏସ୍‌ ନିୟମରେ କେକେଆର୍ ସେତେବେଳେ ୧୫୩ ରନ୍‌ ଆବଶ୍ୟକ କରୁଥିଲା। ଫଳରେ ପଞ୍ଜାବ ୭ ରନ୍‌ରେ ବିଜୟୀ ହୋଇଥିଲା।

୧୯୨ ରନ୍‌ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ଫ୍ଲଡ୍‌ଲାଇଟ୍‌ ଖରାପ ହେବାରୁ ଅଧଘଣ୍ଟା ବିଳମ୍ବ ହୋଇଥିଲା। କେକେଆର୍‌ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories