www.samajalive.in
Sunday, December 7, 2025
23.1 C
Bhubaneswar

ଆଇପିଏଲ୍‌ – କେକେଆର୍‌କୁ ହରାଇଲା ପଞ୍ଜାବ

ମୋହାଲି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର କ୍ରମାଗତ ୨ୟ ଦିନରେ ଦୁଇ ପୂର୍ବତନ ଚମ୍ପିଆନ୍‌ ପରାସ୍ତ ହୋଇଛନ୍ତି। ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍‌ସ ପରାସ୍ତ ହୋଇଥିବା ବେଳେ ଶନିବାର କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପରାସ୍ତ ହୋଇଛି। ଶନିବାର ଅପରାହ୍‌ଣରେ ଡିଏଲ୍‌ଏସ୍‌ ବା ବର୍ଷା ନିୟମରେ କେକେଆର୍‌କୁ ୭ ରନ୍‌ରେ ପଞ୍ଜାବ କିଙ୍ଗ୍‌ସ ପରାସ୍ତ କରିଛି। ଭାନୁକା ରାଜପକ୍ଷଙ୍କ ଅର୍ଦ୍ଧଶତକ ଓ ଶିଖର ଧାୱନଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୦ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ କିଙ୍ଗ୍‌ସ ୫ ୱିକେଟରେ ୧୯୧ ରନ୍‌ର ପ୍ରଭାବଶାଳୀ ସ୍କୋର୍ କରିଥିଲା। ପରେ ୧୬ ଓଭରରେ କେକେଆର୍ ୭ ୱିକେଟରେ ୧୪୬ ରନ୍‌ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଆଉ ଖେଳ ସମ୍ଭବ ହୋଇନଥିଲା। ଡିଏଲ୍‌ଏସ୍‌ ନିୟମରେ କେକେଆର୍ ସେତେବେଳେ ୧୫୩ ରନ୍‌ ଆବଶ୍ୟକ କରୁଥିଲା। ଫଳରେ ପଞ୍ଜାବ ୭ ରନ୍‌ରେ ବିଜୟୀ ହୋଇଥିଲା।

୧୯୨ ରନ୍‌ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ଫ୍ଲଡ୍‌ଲାଇଟ୍‌ ଖରାପ ହେବାରୁ ଅଧଘଣ୍ଟା ବିଳମ୍ବ ହୋଇଥିଲା। କେକେଆର୍‌ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories