www.samajalive.in
Sunday, December 7, 2025
18.1 C
Bhubaneswar

ଦିଲ୍ଲୀ ପରାସ୍ତ; ମେୟର୍ସ, ଉଡ୍‌ ଲକ୍ଷ୍ନୌକୁ ଜିତାଇଲେ

ଲକ୍ଷ୍ନୌ: ଚଳିତ ଆଇପିଏଲ୍‌ର ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ (ଏଲ୍‌ଏସ୍‌ଜି)। ଶନିବାର ସନ୍ଧ୍ୟାରେ ମାର୍କ ଉଡ୍‌ଙ୍କ ୫ ୱିକେଟ ଦଖଲ ବଳରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ସହଜରେ ୫୦ ରନ୍‌ ବ୍ୟବଧାନରେ ଘରୋଇ ଦଳ ଲକ୍ଷ୍ନୌ ପରାସ୍ତ କରିଛି। କାଏଲ୍‌ ମେୟର୍ସଙ୍କ ବିସ୍ଫୋରକ ୭୩ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଏଏଲ୍‌ଏସ୍‌ଜି ୬ ୱିକେଟରେ ୧୯୩ ରନ୍‌ କରିଥିଲା। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୧୬ ଓଭର କ୍ରିଜ୍‌ରେ ରହି ଅର୍ଦ୍ଧଶତକ ମାରିବା ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍‌ସ ୯ ୱିକେଟରେ ମାତ୍ର ୧୪୩ ରନ୍‌ କରି ପାରିଥିଲା।

ଦିଲ୍ଲୀ କ୍ୟାପିଟାଲ୍‌ସ ୧୯୪ ରନ୍‌ର ପିଛା କରିଥିବା ବେଳେ ଦୁଇ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଓ ପୃଥ୍ବୀ ସ’ ଆକ୍ରମଣ କରି ୪.୨ ଓଭରରେ ୪୧ ରନ୍‌ର ଭାଗିଦାରୀ କରିଥିଲେ। ହେଲେ ମାର୍କ ଉଡ୍‌ ପ୍ରଥମ ଓଭର ବୋଲିଂ କରିବାକୁ ଆସି କ୍ରମାଗତ ୨ଟି ବଲ୍‌ରେ ୨ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ। ପୃଥ୍ବୀ ୯ ବଲ୍‌ରୁ ୨ଟି ଚୌକା ସହ ୧୨ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର ରୁସୌ ୨୦ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୦ ରନ୍‌କରି ଆଉଟ୍‌ ହେବା ଦିଲ୍ଲୀ ପାଇଁ ଶକ୍ତ ଧକ୍କା ଥିଲା। ଡେଭିଡ୍‌ ୱାର୍ଣ୍ଣର ୪୮ ବଲ୍‌ରୁ ୭ଟି ଚୌକା ସହ ୫୬ ରନ୍‌ କରିଥିଲେ। ଅକ୍ଷର ପଟେଲ ୧୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‌ କରିଥିଲେ। ମାର୍କ ଉଡ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories