www.samajalive.in
Sunday, December 7, 2025
13.1 C
Bhubaneswar

ଆଇପିଏଲ୍‌ : ଋତୁରାଜଙ୍କ ୮୮*; ମୁମ୍ବଇକୁ ହରାଇଲା ଚେନ୍ନଇ

ଦୁବାଇ : ରବିବାରଠାରୁ ୟୁଏଇରେ ଆଇପିଏଲ୍‌ର ୨ୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହାର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୩୦ତମ ଲିଗ୍‌ ମ୍ୟାଚ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୨୦ ରନ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ ପରାସ୍ତ କରିଛି। ଋତୁରାଜ ଗାଏକ୍‌ୱାଡ୍‌ଙ୍କ ଅପରାଜିତ ୮୮ ରନ୍ ବଳରେ ଚେନ୍ନଇ ପ୍ରଥମେ ବ୍ୟାଟିଂକରି ୬ ୱିକେଟରେ ୧୫୬ ରନ୍ କରିଥିଲା। ସୌରଭ ତିୱାରୀଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଚେନ୍ନଇ ୮ ୱିକେଟ ହରାଇ ୧୩୬ ରନ୍ କରି ପାରିଥିଲା। ୮ମ ମ୍ୟାଚ୍‌ରୁ ୬ଷ୍ଠ ବିଜୟ ପରେ ୧୨ ପଏଣ୍ଟ ସହ ଚେନ୍ନଇ ଶୀର୍ଷ ସ୍ଥାନକୁ ଉଠିଛି। ୮ମ ମ୍ୟାଚ୍‌ରେ ମୁମ୍ବଇ ୪ର୍ଥ ପରାଜୟ ଭୋଗି ୪ର୍ଥ ସ୍ଥାନରେ ରହିଛି।
୧୫୭ ରନ୍ ଲକ୍ଷ୍ୟରେ ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଓପ୍‌ନିଂ ଯୋଡ଼ିରେ ୧୮ ରନ୍ କରିଥିଲେ। ଓପ୍‌ନର କ୍ବିଣ୍ଟନ ଡି କକ୍ ୩ଟି ଚୌକା ସହ ୧୭ ରନ୍‌କରି ଅପରାଜିତ ଥିଲେ। ଅନ୍ୟ ଓପ୍‌ନର ଅନ୍‌ମୋଲପ୍ରୀତ ସିଂହ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌ କରି ବିଦାୟ ନେଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ବେପରୁଆ ସଟ୍‌ ଖେଳି ୩ ରନ୍‌କରି ବିଦାୟ ନେଇଥିଲେ। ପରେ ଇଶାନ୍ କିଷନ ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ କୈରନ୍ ପୋଲାର୍ଡ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍‌କରି ବିଦାୟ ନେଇଥିଲେ। ୪ ରନ୍‌କରି କ୍ରୁନାଲ ପାଣ୍ଡ୍ୟା ରନ୍‌ଆଉଟ ହୋଇଥିଲେ। ୩ ଓଭରରେ ୪୯ ରନ୍‌ ମୁମ୍ବଇ ପାଇଁ କଷ୍ଟସାଧ୍ୟ ଥିଲା। ଆଡାମ୍‌ ମିଲ୍‌ନ ୧୫ ରନ୍ କରିଥିଲେ। ସୌରଭ ତିୱାରୀ ୪୦ ବଲ୍‌ରୁ ୫ଟି ଚୌକା ସହ ୫୦ ରନ୍‌କରି ଅପରାଜିତ ଥିଲେ। ଡ୍ବେନ୍ ବ୍ରାଭୋ ୩ଟି ଓ ଦୀପକ ଚହର ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଚେନ୍ନଇ ବିପର୍ଯ୍ୟୟ ଭୋଗିଥିଲା। ୬ ଓଭର ପାୱରପ୍ଲେ ଶେଷରେ ଚେନ୍ନଇ ମାତ୍ର ୨୪ ରନ୍‌କରି ୪ଟି ୱିକେଟ ନେଇଥିଲା। ଏହାସହ ଅମ୍ବତି ରାୟୁଡୁ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ଫାଫ୍ ଡୁ ପ୍ଲେସି ଓ ମୋଇନ୍ ଅଲୀ ଖାତା ଖୋଲି ପାରିନଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ସୁରେଶ ରୈନା ୪ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩ ରନ୍‌କରି ବିଦାୟ ନେଇଥିଲେ। ପରେ ଋତୁରାଜ ଗାଏକ୍‌ୱାଡ୍‌ ଓ ରବୀନ୍ଦ୍ର ଜାଡ଼େଜା ଇନିଂସକୁ ସଜାଡ଼ିବାର ପ୍ରୟାସ କରିଥିଲେ। ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ଷ୍ଟ୍ରୋକ୍ ଖେଳିଥିବା ବେଳେ ଜାଡ଼େଜା ଜଗିରଖି ଖେଳିଥିଲେ। ୫ମ ୱିକେଟ ପାଇଁ ଋତୁରାଜ ଓ ଜାଡ଼େଜା ୮୧ ରନ୍ ଯୋଡ଼ିଥିଲେ। ଜାଡ଼େଜା ୩୩ ବଲ୍‌ରୁ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ଡ୍ବେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଚେନ୍ନଇ ଦେଢ଼ଶହ ରନ୍ ପାର କରି ପାରିଥିଲା। ଶେଷ ୫ ଓଭରରୁ ଚେନ୍ନଇ ୬୯ ରନ୍‌ କରି ପାରିଥିଲା। ବ୍ରାଭୋ ୮ଟି ବଲ୍‌ରୁ ୩ଟି ଛକା ସହ ୨୩ ରନ୍‌ କରିଥିଲେ। ଋତୁରାଜ ୫୮ ବଲ୍‌ରୁ ୪ଟି ଛକା ଓ ୯ଟି ଚୌକା ସହ ୮୮ ରନ୍‌କରି ଅପରାଜିତ ଥିଲେ। ଟ୍ରେଣ୍ଟ ବୋଲ୍‌ଟ, ଆଦାମ୍ ମିଲ୍‌ନ ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories