ହାଇଦରାବାଦ : ଆଇପିଏଲ୍ କ୍ରିକେଟରେ ସୋମବାର ସନ୍ଧ୍ୟାରେ ହାଇଦରାବାଦଠାରେ ସନ୍ରାଜର୍ସ ହାଇଦ୍ରାବାଦ ଓ କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ହାଇଦରାବାଦ ଦଳ ସୋମବାର ସୁଦ୍ଧା ୧୧ଟି ମ୍ୟାଚ ଖେଳି ୫ଟି ବିଜୟ ଏବଂ ୬ଟି ପରଜୟ ସହିତ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ରହିଛି। ସେହିପରି କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବ ମଧ୍ୟ ୧୧ଟି ମ୍ୟାଚ ଖେଳି ୫ଟି ବିଜୟ ଏବଂ ୬ଟି ପରଜୟ ସହିତ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି।
କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ରବିବାର ରାତିରେ ଅନୁଷ୍ଠିତ ଆଇପିଏଲ୍ର ଏକ ମ୍ୟାଚରେ କୋଲ୍କାତା ନାଇଟ୍ ରାଇଡର୍ସ, ମୁମ୍ବାଇ
ଇଣ୍ଡିଆନ୍ସକୁ ୩୪ ରନରେ ପରାସ୍ତ କରି ପ୍ଲେ-ଅଫ୍ ପର୍ଯ୍ୟାୟରେ ପହଞ୍ଚିବାର ଆଶା ଉଜ୍ଜୀବିତ ରଖିଛି। ପ୍ରଥମେ ବ୍ୟାଟିଂ କରି କୋଲ୍କାତା ଦଳ ୨ ୱିକେଟ୍ ବିନିମୟରେ ୨୩୨ ରନ୍ କରିଥିଲା। ଦଳ ପକ୍ଷରୁ ରସେଲ୍ ୪୦ ବଲରେ ସର୍ବାଧିକ ୮୦ ରନ୍ କରି ଅପରାଜିତ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୪ ବଲ୍ରୁ ବିସ୍ଫୋରକ ୯୧ ରନ୍ ସତ୍ତ୍ବେ ମୁମ୍ବାଇ ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୯୮ ରନ୍ କରିବାକୁ ସମର୍ଥ ହୋଇଥିଲା।



