www.samajalive.in
Sunday, December 7, 2025
26.1 C
Bhubaneswar

ହନିମୁନ୍‍ ଦମ୍ପତି ନିଖୋଜ ଘଟଣାରେ ବଡ ଟ୍ୱିଷ୍ଟ; ରାଜାଙ୍କୁ ହତ୍ୟା, ରହସ୍ୟ ଖୋଲିଲେ ସୋନମ୍‍

ସମାଜ ଡିଜିଟାଲ ଡେସ୍କ: ରାଜାଙ୍କୁ ନୁହେଁ ରାଜ୍‍ଙ୍କୁ ଭଲ ପାଉଥିଲେ ସୋନମ୍‍ । ହତ୍ୟାକାଣ୍ଡର ୭ଦିନ ପରେ ରାଜା ରଘୁବଂଶୀଙ୍କ ସ୍ତ୍ରୀ ସୋନମକୁ ଗିରଫ କରି ପୁରା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ବିବାହ ପରେ ମେଘାଳୟ ବୁଲିବାକୁ ଯାଇଥିବା ଇନ୍ଦୋରର ନବ ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ୍‍ ରଘୁବଂଶୀଙ୍କ ମାମଲାର ପୁରା ଘଟଣା ସାରା ଦେଶକୁ ଥରାଇ ଦେଇଛି । ଏହି ମାମଲାରେ ଏବେ ଚାଞ୍ଚଲ୍ୟକର ଖୁଲାସା କରିଛି ମେଘାଳୟ ପୁଲିସ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ । ସୋନମଙ୍କୁ ୟୁପିର ଗାଜିପୁରରୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ପରେ ସୋନମ ନିଖୋଜ ଥିବା ଚର୍ଚ୍ଚା ହେଉଥିବା ବେଳେ ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି ।


ମେଘାଳାୟ ପୁଲିସର ସୂଚନା ଅନୁଯାୟୀ ସୋନମ୍‍ ରଘୁବଂଶୀ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ବିବାହ ପରେ ବୁଲିବାକୁ ଯାଇଥିବା ବେଳେ ସୋନମ ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ୩ଜଣଙ୍କୁ ସୁପାରି ଦେଇଥିଲେ । ସୋନମଙ୍କୁ ଗିରଫ କରିବା ପରେ ପଚରାଉଚରା କରିଥିଲା ପୁଲିସ । ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସୋନମ୍‍ ରାଜ କୁଶୱାହା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଏହି ହତ୍ୟାକାଣ୍ଡରେ ରାଜ ମଧ୍ୟ ସାମିଲ ହୋଇଥିଲା ।
ପୁରା ଘଟଣା କିଛି ଏଭଳି ଥିଲା । ୧୧ ମେ ୨୦୨୫ରେ ଇନ୍ଦୋରର ୨୯ବର୍ଷୀୟ ଯୁବ ବ୍ୟବସାୟୀ ରାଜା ରଘୁବଂଶୀ ଏବଂ ୨୫ବର୍ଷୀୟା ସୋନମଙ୍କ ବିବାହ ହୋଇଥିଲା । ବିବାହର ମାତ୍ର ୯ଦିନ ପରେ ୨୦ ମେ ରେ ନବ ଦମ୍ପତି ବୁଲିବାକୁ ମେଘାଳୟ ଯାଇଥିଲେ । ୨୨ ମେ ରେ ଦୁହେଁ ସିଲଂର ଏକ ହୋମଷ୍ଟେ ରେ ରହିଥିଲେ । ପରଦିନ ୨୩ ମେ ରେ ସେମାନେ ଚେରାପୁଞ୍ଜି ନିକଟସ୍ଥ ନଙ୍ଗ୍ରିଟ୍‍ ଗାଁରେ ଡବଲ ଡେକରି ଲିଭିଂ ରୁଟ୍‍ ବ୍ରିଜ୍‍ ଦେଖିବାକୁ ଯାଇଥିଲେ । କିନ୍ତୁ ଏଠାରୁ କାହାଣୀର ମୋଡ ବଦଳି ଯାଇଥିଲା ।

- Advertisement -

୨୩ ମେ ଦିନ ଅପରାହ୍ନରେ ସୋନମ୍‍ ତାଙ୍କ ଶାଶୁଙ୍କୁ ଫୋନ କରି କହିଥିଲେ ଯେ ଆମେ ଜଙ୍ଗଲରେ ଅଛୁ । ସେହି ସମୟରେ ଦୁହେଁ ଶେଷ ଥର ପାଇଁ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏହାପରେ ରାଜା ଏବଂ ସୋନମ ଉଭୟଙ୍କ ଫୋନ୍‍ ବନ୍ଦ ରହିଥିଲା । ଉଭୟଙ୍କ ଖୋଜିବା ପାଇଁ ପରିବାର ବର୍ଗ ଶଲିଂ ଯାଇଥିଲେ । ପୁଲିସରେ ଅଭିଯୋଗ ହେବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଏହି ସମୟରେ ୨୪ ମେ ରେ ଦୁହିଁଙ୍କ ଭଡା ସ୍କୁଟର ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା । ୮ଦିନ ପରେ ଜୁନ ୨ରେ ମେଘାଳୟ ପୁଲିସ ଏକ ଜଳପ୍ରପାତରୁ ରାଜାଙ୍କ ମୃତଦେହ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା ଯେ ରାଜାଙ୍କୁ ଏକ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା । କିନ୍ତୁ ସୋନମଙ୍କର କୌଣସି ସନ୍ଧାନ ମିଳିନଥିଲା ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories