www.samajalive.in
Sunday, December 7, 2025
14.1 C
Bhubaneswar

ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୧୫ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍‌ର ଅଭିବାଦନ ଗ୍ରହଣ କରିବେ। ସେହିପରି ୧୫ ଜିଲାରେ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ। ରାଉରକେଲା ଓ ବ୍ରହ୍ମପୁରରେ ସମ୍ପୃକ୍ତ ଆରଡିସି ଏବଂ ଅବଶିଷ୍ଟ ୧୫ ଜିଲାରେ ଜିଲାପାଳମାନେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯଥାକ୍ରମେ କେନ୍ଦୁଝର ଏବଂ କଟକରେ ଯୋଗଦେବେ। ସେହିପରି ସୁରେଶ ପୂଜାରୀ ସମ୍ବଲପୁର, ରବିନାରାୟଣ ନାଏକ ବଲାଙ୍ଗିର, ନିତ୍ୟାନନ୍ଦ ଗଣ୍ଡ କଳାହାଣ୍ଡି, କୃଷ୍ଣଚନ୍ଦ୍ର ପାତ୍ର କନ୍ଧମାଳ, ପୃଥ୍ବୀରାଜ ହରିଚନ୍ଦନ ପୁରୀ, ମୁକେଶ ମହାଲିଙ୍ଗ ସୁନ୍ଦରଗଡ଼, ବିଭୂତି ଭୂଷଣ ଜେନା ଗଜପତି, କୃଷ୍ଣଚନ୍ଦ୍ର ମହାପାତ୍ର ଭଦ୍ରକ, ଗଣେଶ ରାମ ସିଂଖୁଣ୍ଟିଆ ନବରଙ୍ଗପୁର, ସୂର୍ଯ୍ୟବଂଶୀ ସୂରଜ ସୋନପୁର, ପ୍ରଦୀପ ବଳସାମନ୍ତ ଅନୁଗୋଳ, ଗୋକୁଳାନନ୍ଦ ମଲ୍ଲିକ ରାୟଗଡ଼ା ଏବଂ ସମ୍ପଦ ଚରଣ ସ୍ବାଇଁ ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories