QNETIC – Mobile

୧୭୦ ବର୍ଷରେ ପଦାର୍ପଣ କରିଛି ଭାରତୀୟ ଡାକ

ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ବାରା ୧୭୨୭ରେ ସ୍ଥାପିତ ପ୍ରଥମ ଡାକଘରୁ କାର୍ଯ୍ୟ ଆରମ୍ଭ କରି ଭାରତୀୟ ଡାକର ଆନୁଷ୍ଠାନିକ ଭିତ୍ତିଭୂମି ସୃଷ୍ଟି ହୋଇଥିଲା। ତତ୍କାଳୀନ ଗଭର୍ଣ୍ଣର ଲର୍ଡ ଡେଲହାଉସିଙ୍କ ପ୍ରଚେଷ୍ଟାରେ ୧୮୫୪ ଅକ୍ଟୋବର ୧ରେ ଡାକଘର ଅଧିନିୟମ ଆରମ୍ଭ ହୋଇ ୧୯୪୭ ଦେଶ ସ୍ବାଧୀନତାବେଳକୁ ମୋଟ ଡାକଘର ସଂଖ୍ୟା ୨୩୩୪୪୪ରେ ପହଞ୍ଚିସାରିଥିଲା। ୨୦୨୩ ଅକ୍ଟୋବର ୧ତାରିଖଦିନ ଭାରତୀୟ ଡାକ ୧୭୦ ବର୍ଷରେ ପଦାର୍ପଣ କରିଛି। ଗତ ଅଗଷ୍ଟ ୧୮ତାରିଖରେ ବେଙ୍ଗାଲୁରୁରେ ଭାରତର ପ୍ରଥମ ୩ଡି ମୁଦ୍ରିତ ଡାକଘର ନିର୍ମାଣ କରି ତା’ର ଦୀର୍ଘ ୧୭ ଦଶନ୍ଧିର ଗୌରବମୟ ପ୍ରଗତିରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବାରେ ‘ଭାରତୀୟ ଡାକ’ ସଫଳତା ହାସଲ କରିଛି। ଏକ କ୍ରମବର୍ଦ୍ଦିଷ୍ଣୁ ପ୍ରକ୍ରିୟାରେ ଡାକଘର ତା’ କାୟା ବୃଦ୍ଧି କରି ଗ୍ରାହକମାନଙ୍କୁ ଉତ୍ତମ ଓ ତ୍ବରିତ ସେବା ପ୍ରଦାନ କରିବାରେ ବେଶ୍ ଯତ୍ନବାନ୍। ସମୟ ଅନୁସାରେ ଦେଶବାସୀଙ୍କ ଆବଶ୍ୟକତାକୁ ଚାହିଁ ୧୮୮୨ରେ ଡାକଘର ସଞ୍ଚୟ ଯୋଜନା, ୧୮୮୪ରେ ଡାକ ଜୀବନ ବୀମା, ୨୦୦୬ରେ ଇ-ପେମେଣ୍ଟ ସେବା ଭଳି ବହୁ ନୂତନ ସେବା ଓ ଦ୍ରବ୍ୟ ମାଧ୍ୟମରେ ଡାକଘରର ସେବା ପରିସରକୁ ବୃଦ୍ଧି କରି ୨୦୦୮ରୁ ଆଧୁନିକୀକରଣ ଓ ୨୦୧୨ରୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରିଛି। ବହୁବିଧ ସେବା ପ୍ରଦାନ କରିବା ସହ ଭାରତୀୟ ଡାକ, ଦର୍ପଣ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ଡାକଘର ଜରିଆରେ ଜନସାଧାରଣଙ୍କୁ ଡିଜିଟାଲ୍‌ ସେବା ଯୋଗାଇ ଦେଇପାରିଛି। ପ୍ରଗତିପଥକୁ ପ୍ରଶସ୍ତ କରି ଡାକ ବିଭାଗ ମହଜୁଦ୍ ଗ୍ରାହକମାନଙ୍କୁ ବାନ୍ଧି ରଖିବା ସହ ନୂତନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଦିଗରେ ଯତ୍ନବାନ୍ ହେବା ଉଚିତ।

Comments are closed.