www.samajalive.in
Wednesday, December 10, 2025
17.1 C
Bhubaneswar

କମିବ ଭାରତୀୟ ସେନାର ଆକାର

ନୂଆଦିଲ୍ଲୀ: ୧୨ ଲକ୍ଷ ସଦସ୍ୟ ବିଶିଷ୍ଟ ଭାରତୀୟ ସେନାର ବିଶାଳ ଆକାର ସଙ୍କୁଚିତ ହେବ। ଯୁଦ୍ଧ ପାଇଁ ଏକ ରିଜର୍ଭ ଫୋର୍ସର ଗଠନ କରାଯିବ। କୌଣସି ଜରୁରିକାଳୀନ ପରିସ୍ଥିିିତି ପାଇଁ ସ୍ପେଶାଲ୍‍ ଫୋର୍ସଙ୍କୁ ପ୍ରସ୍ତୁତ କରାଯିବ। ଯୁଦ୍ଧକୌଶଳରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଉପଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ନିର୍ଦେଶାଳୟ ଖୋଲାଯିବ। ସେନାରେ ସଂସ୍କାର ପାଇଁ ଗଠିତ ଜଣକିଆ କମିଶନ ଉପରୋକ୍ତ ସୁପାରିସ କରିଥିବା ଜଣାପଡ଼ିଛି। ୨୦୧୬ରେ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ର ନେତୃତ୍ୱ ନେଇଥିବା ପୂର୍ବତନ ଉତ୍ତର ଭାରତୀୟ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଡି ଏସ ହୁଦାଙ୍କ ଅଧ୍ୟକ୍ଷତାରେ ଏହି କମିଶନ୍‍ ଗଠନ କରାଯାଇଛି। କମିଶନ୍‍ ତାଙ୍କ ରିପୋର୍ଟ ଜାତୀୟ ସୁରକ୍ଷା ଉପଦେଷ୍ଟା ପରିଷଦକୁ ଗତ ନଭେମ୍ବର ମାସରେ ଦେଇଥିବା କୁହାଯାଉଛି।
ରିପୋର୍ଟରେ କୁହାଯାଇଛି ଯେ ଉପରୋକ୍ତ ପ୍ରସ୍ତାବଗୁଡ଼ିକ ପ୍ରଥମେ ପରୀକ୍ଷାମୂଳକ ଭାବେ କେତେକ ଆଞ୍ଚଳିକ ସେନା ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯିବ। ଅସୁବିଧା ଓ ସଫଳତା ଆଧାରରେ ପୂରା ଦେଶରେ କାର୍ଯ୍ୟକାରୀ କରାଯିବ କି ନାହିଁ ତାହା ବିଚାର କରାଯିବ। ଆମେରିକା ଓ ଇସ୍ରାଏଲ୍‍ରେ ଏଭଳି ସଂରକ୍ଷିତ ବାହିନୀ ଗଠନ କରାଯାଇଛି। ହୁଡାଙ୍କ ଯୁକ୍ତ ଅନୁଯାୟୀ ସ୍ୱତନ୍ତ୍ର ବାହିନୀକୁ ସବୁବେଳେ ସବୁ ସ୍ଥାନରେ ଉପଯୋଗ କରା ନ ଯାଇ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ କିମ୍ବା ଆତଙ୍କବାଦୀ ନିପାତ ଅଭିଯାନ ଭଳି ସ୍ୱତନ୍ତ୍ର ମିଶନ୍‍ ପାଇଁ ଉପଯୋଗ କରିବା ଆବଶ୍ୟକ। ତେବେ ଅପରେସନ୍‍ କିମ୍ବା ଯୁଦ୍ଧ ଭଳି ପରିସ୍ଥିତି ବ୍ୟତିରେକ ସମୟରେ ସେମାନଙ୍କୁ ଦରମା ଦିଆଯିବ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ସେହିପରି ପାଶ୍ଚାତ୍ୟ ଦେଶମାନେ ସେନାରେ ଆର୍ଟିଫିସିଆଲ୍‍ ଇଣ୍ଟିଲିଜେନ୍ସି ଓ ରୋବର୍ଟ ଆଦିର ବ୍ୟବହାର କରୁଥିବାରୁ ଭାରତରେ ମଧ୍ୟ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦେବାର ବେଳ ଆସିଛି। ଜ୍ଞାନକୌଶଳ ଉପଯୋଗରେ ଭାରତୀୟ ସେନାବାହିନୀକୁ କିପରି ଦକ୍ଷ କରାଯାଇପାରିବ ସେଥିପାଇଁ ଏକ ପ୍ୟାନେଲ୍‍ ଗଠନ କରିବାକୁ ରିପୋର୍ଟ ସୁପାରିସ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories