www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଥମ ଟେଷ୍ଟ ଜିତିଲା ଭାରତ; ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ହରାଇଲା

ବିଶାଖାପାଟଣା: ବିଶାଖାପାଟଣାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୨୦୩ ପରାସ୍ତ କରିଛି। ମ୍ୟାଚର ଅନ୍ତିମ ଦିବସରେ ଭାରତ ଏହି ବଡ଼ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୩୯୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ମୟଙ୍କ ଅଗ୍ରୱାଲଙ୍କ ଦ୍ବିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ବଳଦରେ ୭ ୱିକେଟ ହରାଇ ୫୦୨ ରନରେ ଇନିଂସ ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ବେ ଏଲଗାର ଏବଂ ଡି କକ୍‌ଙ୍କ ଶତକ ବଳରେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଦଳ ୪୩୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ପ୍ରଥମ ଇନିଂସରେ ଭାରତ ୭୧ ରନରେ ଆଗୁଆ ରହି ୨ୟ ପାଳି ଖେଳ ଆରମ୍ଭ କରିଥିଲା। ୪ ଦିନ ସୁଦ୍ଧା ଭାରତ ୪ ୱିକେଟ ବିନିମୟରେ ୩୨୩ ସଂଗ୍ରହ କରି ପାଳି ଘୋଷଣା କରିବା ସହିତ ଦକ୍ଷିଣ ଆଫ୍ରିକା ପାଇଁ ୩୯୫ ରନର ଟାର୍ଗେଟ ଦେଇଥିଲା। ରୋହିତ ଶର୍ମା ୨ୟ ଇନିଂସରେ ଆକର୍ଷଣୀୟ ଶତକ ହାସଲ କରି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭରୁ ବିପର୍ଯ୍ୟୟର ସମ୍ନା କରିଥିଲା। ୭୦ ରନ୍‌ରେ ଦଳ ୮ଟି ୱିକେଟ ହରାଇ ସାରିଥିବାବେଳେ ଶେଷ କ୍ରମର ବ୍ୟାଟ୍ସମ୍ୟାନ ସେନୁରାନ ମୁଥୁସାମୀ ଏବଂ ଡେନ ପେଡ୍‌ଟ କିଛି ସମୟ ପାଇଁ ଇନିଂସ ସମ୍ଭାଳି ଥିଲେ। ମାତ୍ର ୧୬୧ ରନରେ ପେଡ୍‌ଟ ଆଉଟ ହୋଇଯିବା ପରେ ମୁଥୁସାମୀ ଏବଂ ରବାଡା ଆଉ ମାତ୍ର ୩୦ ରନ ଯୋଡ଼ିବାରେ ସମର୍ଥ ହୋଇଥିଲେ। ମହମ୍ମଦ ଶାମି ରବାଡାଙ୍କୁ ୧୮ ରନରେ ଆଉଟ କରି ଭାରତର ବିଜୟ ମୁଣ୍ଡି ମାରିଥିଲେ।

- Advertisement -

ଭାରତ ପକ୍ଷରୁ ଶାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ୪ଟି ଏବଂ ଅଶ୍ଵିନୀ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ପ୍ରଥମ ପାଳିରେ ଭାରତ ପକ୍ଷରୁ ଅଶ୍ଵିନୀ ସର୍ବାଧିକ ୭ ୱିକେଟ ନେଇଥିଲେ। ତେବେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories