ନୂଆଦିଲ୍ଲୀ : ଭାରତର ପ୍ରମୁଖ ଔଷଧ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଏକ ନୂତନ କୋଭିଡ ଔଷଧ ଉତ୍ପାଦନ କରିବ। ମାନବ ଉପରେ ଏହି ଔଷଧର ପରୀକ୍ଷା ସଫଳ ହେଲେ ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମାନବ ଉପରେ କୌଣସି ଔଷଧର ପ୍ରୟୋଗ ଖୁବ ଗୁରୁତ୍ଵପୂର୍ଣ୍ଣ ସେପାନ। ଏହା ବ୍ରିଟେନରେ ଅନୁଷ୍ଠିତ ହେବ। ଏହି ଔଷଧ ପ୍ରସ୍ତୁତ କରିବା ନେଇ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ସହିତ ଅଂଶୀଦାରିତା କରିଥିବା ବିଶ୍ଵର ୭ ପ୍ରତିଷ୍ଠାନ ମଧ୍ୟରୁ ପୁନେସ୍ଥିତ ଏହି କମ୍ପାନୀ ଅନ୍ୟତମ। କମ୍ପାନୀର ସିଇଓ ଆଦର ପୁନାୱାଲା କହିଛନ୍ତି ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟର ଡାକ୍ତର ହିଲଙ୍କ ସହିତ ତାଙ୍କ କମ୍ପାନୀ ନିରନ୍ତର ଯୋଗାଯୋଗ କରୁଛି। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୬ ମାସ ଯାଏଁ ମାସିକ ଏହି ନୂତନ ଔଷଧର ୫ ନିୟୁତ ଡୋଜ୍ ପ୍ରସ୍ତୁତ କରିବା ଆବଶ୍ୟକୀୟ ଅନୁମତି ନେଇ କମ୍ପାନୀ ଭାରତରେ ମଧ୍ୟ ଏହି ଔଷଧର ପରୀକ୍ଷା କରିବାକୁ ଯୋଜନା ରଖିଥିବା ସେ ପ୍ରକାଶ କରିଛନ୍ତି।
Popular Categories


