www.samajalive.in
Tuesday, December 9, 2025
16.1 C
Bhubaneswar

୨୦୨୪ ସୁଦ୍ଧା ୫ହଜାର ବିଲିଅନ ଡଲାର ଅର୍ଥବ୍ୟବସ୍ଥା ସମ୍ପନ୍ନ ହେବ ଭାରତ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ୨୦୨୪ ସୁଦ୍ଧା ଭାରତକୁ ୫ହଜାର ବିଲିଅନ ଡଲାର ଅର୍ଥବ୍ୟବସ୍ଥା ସମ୍ପନ୍ନ କରିବା ପାଇଁ ବହୁ ଚ୍ୟାଲେଞ୍ଜ ରହିଛି କିନ୍ତୁ ରାଜ୍ୟଗୁଡ଼ିକର ମିଳିତ ପ୍ରୟାସ ହେଲେ ତାହା ସମ୍ଭବ ହୋଇପାରିବ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ରପ୍ତାନି ଉପରେ ଅଧିକ ଧ୍ୟାନ ଦେବାକୁ ହେବ କାରଣ ଲୋକଙ୍କ ରୋଜଗାର ଓ ଆୟ ବୃଦ୍ଧିରେ ରପ୍ତାନି କ୍ଷେତ୍ରର ଅଧିକ ଗୁରୁତ୍ୱପୂର୍ଣ ଭୂମିକା ରହିଛି।

ପ୍ରଧାନମନ୍ତ୍ରୀ ନୀତି ଆୟୋଗ ବୈଠକରେ ନବଗଠିତ ଜଳଶକ୍ତି ମନ୍ତ୍ରାଳୟ ପରିଚାଳନା ପ୍ରସଙ୍ଗ ଉତଥାପନ କରି କହିଛନ୍ତି, ଏହି ମନ୍ତ୍ରାଳୟ ଜଳ ଆବଣ୍ଟନ ଓ ପରିଚାଳନା କ୍ଷେତ୍ରରେ ସାମଗ୍ରିକ ଦୃଷ୍ଟିକୋଣ ଗ୍ରହଣ ପୂର୍ବକ କାର୍ଯ୍ୟ କରିବାରେ ସହାୟକ ହେବ। ରାଜ୍ୟଗୁଡିକ ମଧ୍ୟ ଜଳ ସଂରକ୍ଷଣ ଓ ପରିଚାଳନାକୁ ଅଗ୍ରାଧିକାର ଭିତ୍ତିରେ ଆପଣେଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

- Advertisement -

ମୋଦୀ କହିଛନ୍ତି, ଆମେ ଏଭଳି ଶାସନ ବ୍ୟବସ୍ଥା ଆଡକୁ ଅଗ୍ରସର ହେଉଛେ ଯେଉଁଥିରେ କାର୍ଯ୍ୟ ପ୍ରଦର୍ଶନ, ପାରଦର୍ଶିତା ଏବଂ କାର୍ଯ୍ୟାନ୍ୱୟନର ବିଶେଷ ଭୂମିକା ରହିଛି। ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସର ମୂଳ ନୀତିର ସଫଳତା ଦିଗରେ ନୀତି ଆୟୋଗର ମହତ୍ତ୍ୱପୁର୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ପଶ୍ଚିମବଙ୍ଗ ମୁଖମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ଛାଡି ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଓ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଗଣ ଉପସ୍ଥିତ ଅଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories