ଗୁଜୁରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୪୩.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୬ ରନ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକରେ ଶୋକ ପ୍ରକାଶ ପୂର୍ବକ ଭାରତୀୟ ଖେଳାଳିମାନେ ବାହୁରେ କଳା ପଟ୍ଟି ବାନ୍ଧି ପଡିଆକୁ ଓହ୍ଲାଇଛନ୍ତି। ଆଜି ଭାରତ ଦିନିକିଆ କ୍ରିକେଟ୍ ଇତିହାସରେ ପ୍ରଥମ ଦଳ ଭାବେ ୧୦୦୦ତମ ମ୍ୟାଚ୍ ଖେଳୁଥିଲେ ମଧ୍ୟ ରାଷ୍ଟ୍ରୀୟ ଶୋକ ଦୃଷ୍ଟିରୁ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିନଥିଲା।



