www.samajalive.in
Friday, December 5, 2025
16.1 C
Bhubaneswar

ସ୍ପିନର ଭାରତକୁ ବିଜୟ ଆଶା ଦେଲେ

କଲକାତା: ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟର ବାସ୍ନା ପାଇଛି ଘରୋଇ ଭାରତ। ଅତ୍ୟଧିକ ସ୍ପିନ୍ କରୁଥିବା ଇଡେନ୍‌ ଗାର୍ଡେନ୍‌ସ ପିଚ୍‌ରେ ବ୍ୟାଟିଂ କଷ୍ଟସାଧ୍ୟ ହୋଇଯାଇଛି। ଫଳରେ ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ମୋଟ ୧୫ଟି ୱିକେଟ୍‌ ପଡ଼ିଛି। ଦକ୍ଷିଣ ଆଫ୍ରିକାର ଅଫ୍‌ସ୍ପିନର ସାଇମନ୍ ହାର୍ମର ୪ଟି ଓ ପେସ୍‌ ବୋଲର ମାର୍କୋ ୟାନ୍‌ସେନ ୩ଟି ୱିକେଟ୍‌ ନେବାରୁ ଭାରତ ପ୍ରଥମ ଇନିଂସରେ ୧୮୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ୩୦ ରନ୍‌ ଆଗରେ ରହିଥିଲା। ଦୁଇ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ମିଳିତ ଭା​‌େ​‌ବ ୬ଟି ୱିକେଟ୍‌ ନେବାରୁ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ମାତ୍ର ୯୩ ରନ୍‌କରି ୭ଟି ୱିକେଟ୍‌ ହରାଇଛି। ଶେଷ ୩ ୱିକେଟ୍‌ ବାକିଥାଇ ଦକ୍ଷିଣ ଆଫ୍ରିକା ମାତ୍ର ୬୩ ରନ୍‌ ଆଗରେ ରହିଛି। ଫଳ​‌େ​‌ର ରବିବାର ୩ୟ ଦିନ ମ୍ୟାଚ୍‌ର ଫଇସଲା ହେବା ନିଶ୍ଚିତ।

ପ୍ରଥମ ଦିନରେ ବ୍ୟାଟିଂ ସହାୟକ ଲାଗୁଥିବା କଲକାତାର ପିଚ୍‌ ଦ୍ବିତୀୟ ଦିନରେ ଏପରି ରଙ୍ଗ ବଦଳାଇବ ବୋଲି କେହି ଆଶା କରିନଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ଭାରତ ବଡ଼ ଲିଡ୍‌ ନେବ ବୋଲି ଆଶା ଥିଲା। ପ୍ରଥମଦିନରେ ଭାରତ ୩୭ ରନ୍‌କରି ଗୋଟିଏ ୱିକେଟ୍‌ ହରାଇଥିଲା।

- Advertisement -

ଶନିବାର ଦ୍ବିତୀୟ ଦିନରେ ଭାରତ ଆଉ ୩୮ ରନ୍‌ ଯୋଡ଼ିବା ପରେ ୱାଶିଂଟନ ସୁନ୍ଦର ଆଉଟ୍‌ ହୋଇଥିଲେ। ସୁନ୍ଦର-କେ.ଏଲ୍‌. ରାହୁଲ ଦ୍ବିତୀୟ ୱିକେଟ୍‌ ପାଇଁ ୫୯ ରନ୍‌ ଯୋଡ଼ିଥିଲେ; ଯାହା ଅଦ୍ୟାବଧି ଚଳିତ ମ୍ୟାଚ୍‌ରେ ସବୁଠାରୁ ବଡ଼ ଭାଗିଦାରୀ। ସୁନ୍ଦର ୮୨ ବଲ୍‌ରୁ ୨୯ ରନ୍‌ କରିଥିଲେ। ଅଧିନାୟକ ଶୁଭମନ ଗିଲ୍‌ ଏକ ଚୌକା ମାରିବା ପରେ ବେକରେ ଯନ୍ତ୍ରଣା ଯୋଗୁଁ ରିଟାୟର୍ଡ ହର୍ଟ ହୋଇଥିଲେ। ଏହାପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା। ୪୦ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ଓପ୍‌ନର କେ.ଏଲ୍‌. ରାହୁଲ ୩୯ ରନ୍‌କରି ଆଉଟ୍‌ ହୋଇଥିଲେ; ଯାହା ଅଦ୍ୟାବଧି ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌। ଋଷଭ ପନ୍ତ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍‌ କରିଥିଲେ। ରବୀନ୍ଦ୍ର ଜାଡ଼େଜା ୩ଟି ଚୌକା ସହ ୨୭ ଏବଂ ଧ୍ରୁବ ଜୁରେଲ ୩ଟି ଚୌକା ସହ ୧୪ ରନ୍‌ କରିଥିଲେ। ଶେଷ ଖେଳାଳି ଭାବେ ଆଉଟ୍‌ ହୋଇଥିବା ଅକ୍ଷର ପଟେଲ ୨ଟି ଚୌକା ସହ ୧୬ ରନ୍‌ କରିଥିଲେ। ସାଇମନ୍ ହାର୍ମର ୪ଟି ଓ ମାର୍କୋ ୟାନ୍‌ସେନ ୩ଟି ୱିକେଟ୍‌ ନେଇଥିଲେ। ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଆହୁରି ଦୟନୀୟ ବ୍ୟାଟିଂ କରିଥିଲା।

ଓପ୍‌ନର ରିୟାନ୍ ରିକେଲ୍‌ଟନ ୧୧ ଓ ଐଡେନ ମାର୍କରାମ ୪ ରନ୍‌କରି ଆଉଟ୍‌ ହୋଇଥିଲେ। ୱିଆନ୍‌ ମୁଲ୍‌ଡର ୧୧ ରନ୍‌ କରି ପାରିଥିଲେ। ପରେ ଅଧିନାୟକ ତେମ୍ବା ବଭୁମା ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଅନ୍ୟପଟୁ ୫୩ ରନ୍‌ରେ ୫ଟି ୱିକେଟ୍‌ ପଡ଼ିଥିଲା। ଟନି ଡି ଜର୍ଜି (୨), ଟ୍ରିଷ୍ଟାନ୍ ଷ୍ଟବ୍‌ସ (୫) ଓ କାଏଲ୍‌ ଭେରେନେ (୯) ଭାରତୀୟ ସ୍ପିନରଙ୍କୁ ୱିକେଟ୍‌ ଦେଇଥିଲେ। ମାର୍କୋ ୟାନ୍‌ସେନ ବଡ଼ ସଟ୍‌ ମାରି ସ୍ପିନ୍ ଫାଶରୁ ମୁକୁଳିବାର ପ୍ରୟାସ କରିଥିଲେ ହେଁ ବିଫଳ ହୋଇଥିଲେ। ୟାନ୍‌ସେନ ଗୋଟିଏ ଛକା ସହ ୧୩ ରନ୍‌ କରି ପାରିଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ଅଧିନାୟକ ତେମ୍ବା ବଭୁମା ୭୮ ବଲ୍‌ରୁ ୨୯ ଓ କବିନ୍‌ ବସ୍‌ ୧ ରନ୍‌କରି କ୍ରିଜ୍‌ରେ ଅଛନ୍ତି। ରବୀନ୍ଦ୍ର ଜାଡ଼େଜା ୪ଟି ଓ କୁଲଦୀପ ଯାଦବ ୨ଟି ୱିକେଟ୍‌ ନେଇଛନ୍ତି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories