ୱେଲିଂଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୱେଲିଂଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଘରୋଇ ଦଳ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା।ଭାରତର ସ୍କୋର ମାତ୍ର ୧୦୦ ରନ୍ ପୂରଣ ହେବାପରେ ଅଧା ଟିମ୍ ଆଉଟ୍ ଯାଇଥିଲେ। ପରେ ବର୍ଷା ଯୋଗୁଁ ଖେଳକୁ ରୋକା ଯାଇଥିଲା। ଏହିପରି ଭାବରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୨୨ରନ କରି ତାର ବହୁମୂଲ୍ୟ ପାଞ୍ଚୋଟି ୱିକେଟ ହରାଇଛି।
ନ୍ୟୁଜିଲାଣ୍ଡ ଫକ୍ଷରୁ ପ୍ରାରମ୍ଭରୁ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ ଏବଂ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା କାଇଲ୍ ଜେମିସନଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ସାମ୍ନା କରିପାରି ନଥିଲେ ।ଓପନିଂ କରୁଥିବା ପୃଥ୍ବୀ ଶ’ ୧୬, ମୟଙ୍କ ଅଗ୍ରଓ୍ବାଲ ୩୪, ଚେତେଶ୍ୱର ପୂଜାରା ୧୧, ବିରାଟ କୋହଲି ମାତ୍ର ୨ ରନ୍ କରିଥିଲେ। ସେହିପରି ହନୁମା ବିହାରୀ ୭ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ତାର ବହୁମୂଲ୍ୟ ପାଞ୍ଚଟି ୱିକେଟ ହରାଇବା ପରେ ଆଜିଙ୍କ୍ୟ ରାହାଣେ ଏବଂ ଋଷଭ ପନ୍ତ ବ୍ୟାଟିଂ ଜାରି ରଖିଛନ୍ତି।
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ବର୍ଷା ଯୋଗୁଁ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୨୨/୫
Popular Categories



