www.samajalive.in
Monday, December 8, 2025
14.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ବ୍ୟାଟିଂ ବିପର୍ଯ୍ୟୟରେ ଭାରତ

ୱେଲିଂଟନ: ଟି-୨୦ ଓ ଦିନିକିଆ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୱେଲିଂଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି।ଭାରତର ସ୍କୋର ମାତ୍ର ୧୦୦ ରନ୍ ପୂରଣ ହେବାପରେ ଅଧା ଟିମ୍ ଆଉଟ୍ ଯାଇଛନ୍ତି।

ବେସିନ ରିଜର୍ଭ ଗ୍ରାଉଣ୍ଡର ଘାସୁଆ ପିଚରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲିର ପ୍ରଭାବଶାଳି ବୋଲିଂର ପଦର୍ଶନ କରିବା ସହ ଭାରତକୁ ବିପର୍ୟ୍ୟୟରେ ପକାଇଛନ୍ତି। ପ୍ରାରମ୍ଭରୁ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ ଏବଂ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା କାଇଲ୍ ଜେମିସନଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କୁ ସାମ୍ନା କରିପାରି ନଥିଲେ ।ଓପନିଂ କରୁଥିବା ପୃଥ୍ବୀ ଶ’ ୧୬, ମୟଙ୍କ ଅଗ୍ରଓ୍ବାଲ ୩୪, ଚେତେଶ୍ୱର ପୂଜାରା ୧୧, ବିରାଟ କୋହଲି ମାତ୍ର ୨ ରନ୍ କରିଥିଲେ। ସେହିପରି ହନୁମା ବିହାରୀ ୭ ରନ୍ କରି ଆଉଟ୍ ହୋଇଥିଲେ।ଭାରତ ତାର ମୂଲ୍ୟବାନ ପାଞ୍ଚ ୱିକେଟ ହରାଇବା ପରେ ବର୍ତ୍ତମାନ ଆଜିଙ୍କ୍ୟ ରାହାଣେ ଏବଂ ଋଷଭ ପନ୍ତ ବ୍ୟାଟିଂ କରୁଛନ୍ତି। ପ୍ରଥମ ଟେଷ୍ଟରେ ୱିକେଟ କିପର ଭାବେ ଋଦ୍ଧିମାନ ଶାହଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଛି। ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା କାଇଲ୍ ଜେମିସନ ୩ଟି ୱିକେଟ ନେଇଥିବା ବେଳେ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ବେସିନ ରିଜର୍ଭ ଗ୍ରାଉଣ୍ଡର ବିର୍ତ୍ତମାନ ବର୍ଷା କାରଣରୁ ଖେଳ କିଛି ସମୟ ପାଇଁ ବନ୍ଦ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories