ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌, ୨ୟ ସ୍ଥାନରେ ଭାରତ

ନାଗପୁର: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଇନିଂସ ୧୩୨ରନରେ ଜିତିବା ପ​ରେ ଆଇସିସି ୨୦୨୧-୨୩ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲରେ ଉପରକୁ ଉନ୍ନୀତ ହୋଇଛି। ଏହି ବିଜୟ ପରେ ଭାରତ ୫୮.୯୨ ପଏଣ୍ଟ ପ୍ରତିଶତ (ପିଟିସି)ରୁ ୬୧.୬୬ ପଏଣ୍ଟ ପ୍ରତିଶତକୁ ଉଠିଛି। ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଭାରତ ୧୫ଟି ଟେଷ୍ଟ ମ୍ୟାଚରୁ ୯ମ ବିଜୟ ହାସଲ କରିଛି। ଭାରତ ନିକଟରୁ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚରେ ପରାଜୟ ସତ୍ତ୍ବେ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୭୫.୫୫ ପଏଣ୍ଟ ପ୍ରତିଶତରୁ ୭୦.୮୩ ପଏଣ୍ଟ ପ୍ରତିଶତକୁ ଖସି ଆସିଛି। ଅଷ୍ଟ୍ରେଲିଆ ଓ ଭାରତ ପଛକୁ ଶ୍ରୀଲଙ୍କା ୫୩.୩୩ ପଏଣ୍ଟ ପ୍ରତିଶତ ସହ ୩ୟ ଓ ଦକ୍ଷିଣ ଆଫ୍ରିକା ୪୮.୭୧ ପଏଣ୍ଟ ପ୍ରତିଶତ ସହ ୪ର୍ଥ ସ୍ଥାନରେ ରହିଛି। ଭାରତ ଯଦି ଅଷ୍ଟ୍ରେଲିଆକୁ ଚଳିତ ଟେଷ୍ଟ ଶୃଙ୍ଖଳାରେ ୪-୦ରେ ପରାସ୍ତ କରେ ତେବେ ୧୪୭ ପଏଣ୍ଟ ଓ ୬୭.୪୩ ପଏଣ୍ଟ ପ୍ରତିଶତ ସହ ଶୀର୍ଷରେ ରହି ଫାଇନାଲକୁ ଉନ୍ନୀତ ହେବ। ଯଦି ଭାରତ ଶୃଙ୍ଖଳାକୁ ୩-୧ରେ ବିଜୟୀ ହୁଏ ତେବେ ୬୨.୩୮ ପଏଣ୍ଟ ପ୍ରତିଶତ ହାସଲ କରିବ। ଫଳରେ ଫାଇନାଲକୁ ଯିବା ନେଇ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକ​‌ା ଖେଳିବାକୁ ଥିବା ମ୍ୟାଚ ଉପରେ ନିର୍ଭର କରିବାକୁ ପଡିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଯଦି ଭାରତ ବିପକ୍ଷ ଅବଶିଷ୍ଟ ୩ ମ୍ୟାଚ ମଧ୍ୟରୁ ବିଜୟ କିମ୍ବା ଡ୍ର ନରଖିପାରିବ ତେବେ ଫାଇନାଲ ଯିବା ନେଇ କଷ୍ଟକର ହେବ। ଅଷ୍ଟ୍ରେଲିଆ ଯଦି ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୧-୩ କିମ୍ବା ୪-୦ରେ ପରାଜିତ ହୁଏ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ଶ୍ରୀଲଙ୍କା ୨-୦ରେ ଜିତିଲେ ଫାଇନାଲରେ ପହଞ୍ଚିବା ନେଇ ସମ୍ଭାବନା ରହିବ।

Comments are closed.