www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ ବିପକ୍ଷ ମ୍ୟାଚ୍‌ରୁ ଏନ୍‌ଗିଡି ବାଦ୍

ଲଣ୍ଡନ :  ଆସନ୍ତା ବୁଧବାର ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳିବ। ତେବେ ଚଳିତ ବିଶ୍ବକପ୍‌ରେ କ୍ରମାଗତ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇ ଏବେ ଦକ୍ଷିଣ ଆଫ୍ରିକା ଦଳ ପ୍ରବଳ ଚାପରେ ରହିଛି। ଆଇସିସି ଦିନିକିଆ ମାନ୍ୟତାରେ ୩ୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଲାଗି ବୁଧବାର ଖେଳାଯିବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ଯେତେ ଶୀଘ୍ର ଦକ୍ଷିଣ ଆଫ୍ରିକା ବିଜୟ ଧାରାକୁ ଫେରିବା ପାଇଁ ଚାହେଁ । ତେବେ ଭାରତ ବିପକ୍ଷରେ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା ସଜବାଜ ହେଉଥିବା ବେଳେ ଏହାକୁ ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ଫାଷ୍ଟବୋଲର ଲୁଙ୍ଗି ଏନ୍‌ଗିଡ଼ି ଆହତ ହୋଇଥିବାରୁ ଭାରତ ବିପକ୍ଷ ମ୍ୟାଚ୍‌ରେ ଖେଳିବେନାହିଁ ବୋଲି ଜାଣିବାକୁ ମିଳିଛି ।
ଚଳିତ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଲୁଙ୍ଗି ଏନ୍‌ଗିଡ଼ି ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଏବଂ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ହେଲେ ବାଂଲାଦେଶ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ଏନ୍‌ଗିଡ଼ିଙ୍କୁ ୭ମ ଓଭର ପରେ ପଡ଼ିଆରେ ଦେଖିବାକୁ ମିଳିନଥିଲା। ୪ ଓଭର ବୋଲିଂ କରିବା ପରେ ଆହତ ହୋଇ ଏନ୍‌ଗିଡ଼ି ପାଭିଲିୟନ୍ ଫେରି ଯାଇଥିଲେ। ତାଙ୍କର ଜଙ୍ଘ ମାଂସପେଶୀ ଟାଣି ହୋଇଯାଇଛି। ଭାରତ ବିପକ୍ଷ ମ୍ୟାଚ୍‌ରେ ଏନ୍‌ଗିଡ଼ି ଖେଳିବେନାହିଁ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ମ୍ୟାନେଜର ମୁସାଜୀ କହିଛନ୍ତି। ଦଳ ଆଶାରଖିଛି ଯେ ଜୁନ୍ ୧୦ରେ ୱେଷ୍ଟଇଣ୍ଡିଜ ବିପକ୍ଷ​ରେ ‌ଦକ୍ଷିଣ ଆଫ୍ରିକା ଖେଳିବାକୁ ଥିବା ମ୍ୟାଚ୍ ପାଇଁ ଏନ୍‌ଗିଡି ଫିଟ୍ ହୋଇପାରନ୍ତି। ୭ରୁ ୧୦ ଦିନ ଏନ୍‌ଗିଡ଼ି କ୍ରିକେଟ ଖେଳିବା ଅସମ୍ଭବ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସି କହିଥିଲେ ଯେ ଅଭିଜ୍ଞ ଫାଷ୍ଟବୋଲର ଡେଲ୍‌ ଷ୍ଟେନ୍ ୮୦ ପ୍ରତିଶତ ଫିଟ୍‌ ଅଛନ୍ତି। ଯଦି ଏନ୍‌ଗିଡି ଖେଳିନପାରନ୍ତି; ତେବେ ଡେଲ୍ ଷ୍ଟେନ୍ ଖେଳନ୍ତୁ ବୋଲି ଦକ୍ଷିଣ ଆଫିକା ଚାହେଁ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ହେଲ୍‌ମେଟରେ ବଲ୍ ବାଜିଥିବା ହାସିମ୍ ଆମ୍‌ଲା ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଫିଟ୍‌ ହୋଇଯିବେ ବୋଲି ଦଳ ଆଶା ରଖିଛି । ଆମ୍‌ଲା ଖେଳିଲେ; ଡେଭିଡ୍ ମିଲର ବାହାରେ ବସିବେ। ଅବଶ୍ୟ ବାଂଲାଦେଶ ବିପକ୍ଷରେ ଡେଭିଡ୍ ମିଲର ଭଲ ବ୍ୟାଟିଂ କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories