www.samajalive.in
Tuesday, December 9, 2025
15.1 C
Bhubaneswar

ଏଲ୍‌ଓସି ଅତିକ୍ରମ କରି ଆସିଥିବା ପାକ୍‌ ନାବାଳିକାଙ୍କୁ ଉପହାର ଓ ମିଠା ସହ ଫେରାଇଲା ଭାରତ

ନୂଆଦିଲ୍ଲୀ : ଭାରତ ପ୍ରତି ପାକିସ୍ତାନ ଶତ୍ରୁତା ମନୋଭାବ ପ୍ରଦର୍ଶନ କରିଆସୁଥିବା ବେଳେ ଭାରତ ବନ୍ଧୁତାର ହାତ ବଢାଇ ଚାଲିଛି। ସୋମବାର ଭାରତ ସେନାର କାର୍ଯ୍ୟ ପାକିସ୍ତାନ ସହ ବନ୍ଧୁତାର ସମ୍ପର୍କ ସ୍ଥାପନ ଦିଗରେ ଆଉ ଏକ ପ୍ରୟାସ ମନେ ହୋଇଛି। ବନ୍ଧୁତାର ହାତ ବଢାଇବାର ପ୍ରୟାସ କ୍ରମରେ ଭାରତ ସେନା ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତ ମଧ୍ୟକୁ ଚାଲିଆସିଥିବା ପାକିସ୍ତାନର ଦୁଇ ନାବାଳିକାଙ୍କୁ ଉପହାର ଓ ମିଠା ସହିତ ସ୍ବଦେଶକୁ ଫେରାଇ ଦେଇଛି। ଏହି ଦୁଇ ନାବାଳିକା ହେଲେ ଲୈବା ଜାବେର (୧୭) ଓ ତାର ସାନ ଭଉଣୀ ସାନା ଜାବେର (୧୩)। ସେମାନଙ୍କ ଘର ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର କଠୁଆ ତହସିଲ ଅଞ୍ଚଳରେ।

 

- Advertisement -

ରବିବାର ଏହି ଦୁଇ ଭଉଣୀ ଭୁଲବଶତଃ ଏଲଓସି ଅତିକ୍ରମ ଭାରତ ସୀମା ମଧ୍ୟକୁ ଚାଲିଆସିଥିଲେ। ଭାରତ ସେନା ସେମାନଙ୍କୁ ଦେଖିବା ପରେ ଅଟକ ରଖି ପଚରାଉଚରା କରିଥିଲେ। ପଚରା ଉଚାର ପରେ ସେନା ଅଧିକାରୀମାନେ ଘଟଣା ସମ୍ପର୍କରେ ଜାଣିପାରିଥିଲେ। ସୋମବାର ସେମାନଙ୍କୁ ଚକନ ଦା ବାଗ (ସିଡିବି) ନିକଟରେ ପାକିସ୍ତାନ ସେନା ଓ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା। ଫେରିବା ସମୟରେ ଲୈବା କହିଛନ୍ତି ‘ଘରକୁ ଫେରିବା ସମୟରେ ଆମେ ବାଟ ଭୁଲି ଭାରତ ସୀମାକୁ ଚାଲିଆସିଥିଲୁ। ଭାରତ ସେନା କର୍ମଚାରୀମାନେ ଆମକୁ ଅଟକାଇ ପଚରାଉଚରା କରିଥିଲେ। ଆମେ ଭାବିଥିଲୁ ସେମାନେ ଆମକୁ ମାଡ ମାରିବେ। ଆମକୁ ଆଉ ଫେରିବାକୁ ଦେବେ ନାହିଁ; ମାତ୍ର ଭାରତ ସେନା ​‌ଅଧିକାରୀମାନେ ଆମକୁ ଭଲ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସେମାନେ ଆମକୁ ଶୀଘ୍ର ଫେରିବାକୁ ଦେଇଛନ୍ତି। ଭାରତ ଲୋକମାନେ ଖୁବ୍ ଭଲ।’

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories