www.samajalive.in
Wednesday, December 10, 2025
23.1 C
Bhubaneswar

ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ

ସମାଜଲାଇଭ ଡେସ୍କ: ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ। ଅପରେସନ ସିନ୍ଦୂର ସମୟରେ ଭାରତ ଆକାଶମାର୍ଗକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଥିଲା। ହେଲେ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ଆକାଶମାର୍ଗ ଅନୁମତି ପ୍ରଦାନ ପାଇଁ ପାକିସ୍ତାନ ଅନୁରୋଧ କରିଥିଲା। ମାନବତା ଦୃଷ୍ଟିରୁ ଭାରତ ପକ୍ଷରୁ ତୁରନ୍ତ ଏ ଦିଗ​‌ରେ ନିଷ୍ପତ୍ତି ନିଆଯାଇ ଅନୁମତି ଦିଆଯାଇଥିଲା। ଯାହାଫଳରେ ପାକିସ୍ତାନୀ ବିମାନ ରିଲିଫ ସାମଗ୍ରୀ ନେଇ ଶ୍ରୀଲଙ୍କାରେ ପହଞ୍ଚିଥିଲା।

ସୋମବାର ଅପରାହ୍ନ ପ୍ରାୟ ୧ଟାରେ ପାକିସ୍ତାନ ପକ୍ଷରୁ ଆକାଶମାର୍ଗରେ ବିମାନ ଚଳାଚଳ ପାଇଁ ଅନୁମତି ଲୋଡ଼ାଯାଇ ଭାରତକୁ ଚିଠି କରାଯାଇଥିଲା। ଅପରାହ୍ନ ପ୍ରାୟ ୫ଟା ୩୦ରେ ଭାରତ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା।

- Advertisement -

ତେବେ ଏହା ସତ୍ବେ ପାକିସ୍ତାନ ଏହାର ପ୍ରକୃତିରେ ପରିବର୍ତ୍ତନ ଆଣିନାହିଁ। ଭାରତ ଆକାଶମାର୍ଗ ଖୋଲିଥିବା ସତ୍ବେ ପାକିସ୍ତାନର କିଛି ଗଣମାଧ୍ୟମ ଭାରତ ବିରୋଧରେ ଅପପ୍ରଚାର କରିଛନ୍ତି। ଭାରତ ଆକାଶମାର୍ଗ ଅନୁମତି ଦେଲା ନାହିଁ ବୋଲି ସେମାନେ ମିଥ୍ୟା ପ୍ରଚାର କରିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories