www.samajalive.in
Sunday, December 7, 2025
23.1 C
Bhubaneswar

ଭାରତର ପରାଜୟ ପାଇଁ ନୂଆ ଜର୍ସିର ଗେରୁଆ ରଙ୍ଗକୁ ଦାୟୀ କଲେ ମେହବୁବା

ନୂଆଦିଲ୍ଲୀ: ଚଳିତ ବିଶ୍ଵକପରେ ରବିବାର ବର୍ମିଂହାମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡଠାରୁ ଭାରତ ପରାଜିତ ହେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭାରତର ଏହି ପରାଜୟ ପାଇଁ ନୂଆ ଜର୍ସିର ରଙ୍ଗକୁ ଦାୟୀ କରିଛନ୍ତି।

ମେହବୁବା ଟ୍ବିଟ୍‌ କରି କହିଛନ୍ତି, ମୋତେ ଅନ୍ଧବିଶ୍ଵାସୀ କୁହାଯାଉ ପଛେ, କିନ୍ତୁ ମୁଁ ଏହା କହୁଛି ଯେ ନୂଆ ଜର୍ସି ବିଶ୍ଵକପରେ ଭାରତର ବିଜୟଧାରାକୁ ଶେଷ କରିଦେଲା। ଗେରୁଆ ରଙ୍ଗର ଜର୍ସି ଭାରତର ବିଜୟ ଅଭିଯାନକୁ ରୋକିଦେଲା।

- Advertisement -

ସୂଚନାଯୋଗ୍ୟ, ୧୯୯୨ ପରଠାରୁ ଏହା ପ୍ରଥମ ମ୍ୟାଚ ଥିଲା ଯେଉଁଥିରେ ଇଂଲଣ୍ଡ ଭାରତକୁ ପରାସ୍ତ କରିବାରେ ସକ୍ଷମ ହେଲା। ସେହିପରି ଚଳିତ ବିଶ୍ଵକପରେ ଭାରତ ୬ଟି ମ୍ୟାଚ ଖେଳି ଅପରାଜେୟ ରହିଥିବାବେଳେ ଇଂଲଣ୍ଡଠାରୁ ପ୍ରଥମ କରି ମ୍ୟାଚ ହାରିଲା। ଅନ୍ୟପଟେ ଇଂଲଣ୍ଡ ବିପକ୍ଷରେ ଭାରତ ବିଜୟୀ ହେବା ପାଇଁ ପାକିସ୍ତାନୀ ପ୍ରଶଂସକମାନେ ପ୍ରାର୍ଥନା କରୁଥିଲେ। ଏହାକୁ ନେଇ ମେହବୁବା କହିଥିଲେ, ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ ଭାରତକୁ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ଲାଗି ଉତ୍ସାହିତ କରୁଛନ୍ତି। କ୍ରିକେଟ ହେଉପଛେ ଦୁଇ ଦେଶ ଏକସାଥୀରେ ତ ଅଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories