ଭାରତୀୟ ପ୍ରତିରକ୍ଷା ସଚିବ ଅଜୟ କୁମାର ମାଲେସ୍ତିତ ସେନାହିୟା ସାମରିକ ଡାକ୍ତରଖାନାକୁ ୨ ହଜାର ୮୦୦ କିଲୋଗ୍ରାମର ଚିକିତ୍ସା ଉପକରଣ ପ୍ରଦାନ କରିଛନ୍ତି। ସେ ବନ୍ଦାରାକୋଶୀ ଠାରେ ଆୟୋଜିତ ଏକ ସମାରୋହରେ ମାଳଦ୍ଵୀପ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଅହମ୍ମଦଙ୍କୁ ଏହି ଉପକରଣ ହସ୍ତାନ୍ତର କରିଛନ୍ତି। ଏଥିରେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହେଉଥିବା ଡାକ୍ତରଖାନା ଉପକରଣ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ରହିଛି।
ଏକ ଟୁଇଟରେ ମାଳଦ୍ଵୀପ ଜାତୀୟ ପ୍ରତିରକ୍ଷା ବାହିନୀ ସେନାହିୟା ମିଲିଟାରୀ ହସ୍ପିଟାଲକୁ ଚିକିତ୍ସା ଉପକରଣ ଦାନ କରିଥିବାରୁ ଭାରତକୁ ଅଶେଷ ଧନ୍ୟବାଦ ଦେଇଛନ୍ତି। ଏହି ଟ୍ୱିଟରେ କୁହାଯାଇଛି ଯେ ଚିକିତ୍ସା ଉପକରଣ ଚିକିତ୍ସା ବ୍ୟବସ୍ଥାକୁ ସହଜ କରିବ। ମାଳଦ୍ଵୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦ ଏକ ଟୁଇଟ୍ରେ କହିଛନ୍ତି ଯେ ଏହି ଚିକିତ୍ସା ଉପକରଣ ସ୍ୱାସ୍ଥ୍ୟ ସେବା ଏବଂ ଜରୁରୀକାଳୀନ କ୍ଷେତ୍ରରେ ବ୍ୟବହାର କରାଯିବ। ଏହି ସହଯୋଗ ମାଳଦ୍ଵୀପ-ଭାରତ ସହଭାଗୀତାର ପ୍ରକୃତ ପ୍ରତୀକ ବୋଲି ସେ କହିଛନ୍ତି।



