www.samajalive.in
Friday, December 5, 2025
16.1 C
Bhubaneswar

୪କୋଟି ନମୁନା ପରୀକ୍ଷା : ଭାରତର ଆଉ ଏକ ରେକର୍ଡ

ନୂଆଦିଲ୍ଲୀ : କୋଭିଡ ମୁକାବିଲା କ୍ଷେତ୍ରରେ  ଭାରତ ୪କୋଟି ନମୁନା ପରୀକ୍ଷା କରି ଏକ ନୂଆ ରେକର୍ଡ ହାସଲ କରିଛି। ଗତ ୨୪ ଘଣ୍ଟା ଭିତରେ ୯ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସମନ୍ୱିତ ଉଦ୍ୟମ ଯୋଗୁଁ ଭାରତ ଏ ପର୍ଯ୍ୟନ୍ତ ୪ କୋଟି ୪ ଲକ୍ଷ ୬୦୯ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରିପାରିଛି। ମନ୍ତ୍ରଣାଳୟ କହିଛି, ଗତ ଜାନୁଆରୀ ମାସରେ ପୁଣେ ପରୀକ୍ଷା ଗାରରେ ଗୋଟିଏ ନମୁନା ପରୀକ୍ଷାରୁ ବର୍ତ୍ତମାନ ୪କୋଟିରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇଛି।

ଏହାଦ୍ୱାରା ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ୨୯ହଜାର ୨୮୦କୁ ବୃଦ୍ଧି ପାଇଛି। କୋଭିଡ୍‍-୧୯ ପରିଚାଳନାରେ ଭାରତ ନମୁନା ପରୀକ୍ଷା, ସଂକ୍ରମିତ ମାନଙ୍କର ଚିହ୍ନଟ ଓ ସେମାନଙ୍କର ଚିକିତ୍ସା ରଣକୌଶଳ ସହ ଅଗ୍ରସର ହେଉଛି। ମନ୍ତ୍ରଣାଳୟ କହିଛି, ଜାତୀୟ ସଂକ୍ରମିତ ହାର କ୍ରମାଗତ ଭାବେ ହ୍ରାସ ପାଇ  ୮.୫୭% ରହିଛି। ଦ୍ରୁତ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଶୀଘ୍ର ଚିହ୍ନଟ  କରି ସଂଗରୋଧରେ ରଖାଯାଉଛି। ମନ୍ତ୍ରଣାଳୟ କହିଛି, ଦେଶରେ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇ ସହଜରେ ନମୁନା ପରୀକ୍ଷା କରାଯିବା ସହ ଜାତୀୟ ସ୍ତରରେ ନମୁନା ପରୀକ୍ଷା ହାର ବୃଦ୍ଧି ପାଇଛି।
ମୋଟ୍‍ ୧ହଜାର ୫୭୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧୦୦୨ଟି ସରକାରୀ ପରୀକ୍ଷାଗାର ଓ ୫୭୪ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories