www.samajalive.in
Sunday, December 7, 2025
23.1 C
Bhubaneswar

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୨ ହଜାର ୧୫୬, ଦେଶରେ କରୋନା ଆରୋଗ୍ୟ ହାର ୯୩.୦୯%କୁ ବୃଦ୍ଧି

ଦେଶରେ ଗତ ୨୪ ଘଣ୍ଟାରେ ୪୨ ହଜାର ୧୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟ ହାର ୯୩.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୧ ଲକ୍ଷ ୬୩ ହଜାର ୫୭୨କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ପକ୍ଷରୁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ, ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୧ ହଜାର ୧୦୦ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୮୮ ଲକ୍ଷ ୧୪ ହଜାର ୫୭୯ରେ ପହଂଚିଛି।

ଦେଶରେ ଆରୋଗ୍ୟ ହାର ବୃଦ୍ଧି ସହ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୪୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୬୩୫କୁ ବୃଦ୍ଧି ପାଇଛି। ଏବେ କରୋନା ଜନିତ ମୃତ୍ୟୁ ହାର ୧.୪୭ ପ୍ରତିଶତକୁ ହ୍ରାସ ପାଇଛି। ସାରା ବିଶ୍ୱରେ ଭାରତର କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ରହିଛି। ଆଜି ସୁଦ୍ଧା ୪ ଲକ୍ଷ ୭୯ ହଜାର ୨୧୬ ଜଣ ସକ୍ରିୟ ଚିକିତ୍ସାଧୀନ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

- Advertisement -

ଗତକାଲି ଗୋଟିଏ ଦିନରେ ସାରା ଦେଶରେ ଥିବା ପରୀକ୍ଷାଗାରଗୁଡ଼ିକରେ ୮ ଲକ୍ଷ ୫ ହଜାର ୫୮୯ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ମୋଟ କରୋନା ନମୁନା ପରୀକ୍ଷା ସଂଖ୍ୟା ୧୨ କୋଟି ୪୮ ଲକ୍ଷ ୩୬ ହଜାର ୮୧୯କୁ ବୃଦ୍ଧି ପାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories