ଦେଶରେ ସାଢ଼େ ୩ଲକ୍ଷ ମୁହାଁ ଦୈନିକ କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଦୈନିକ କରୋନା ମାମଲା । ଦେଶରେ ସାଢ଼େ ୩ଲକ୍ଷ ମୁହାଁ ହୋଇଛି ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩ଲକ୍ଷ ୪୭ହଜାର ୨୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଦେଶରେ ୨୯ହଜାର ୭୨୨ କରୋନା ନୂଆ ମାମଲା ଆସିଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଦେଶରେ ବିଢ଼ିବାରେ ଲାଗିଛି । ଗୋଟିଏ ଦିନରେ ୭୦୩ଜଣଙ୍କ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୨,୫୧,୭୭୭ ଆକ୍ରାନ୍ତ । ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ଘଟିଛି । ଦେଶରେ ମୋଟ୍‍ ସକ୍ରିୟ ମାମଲା ରହିଛି ୨୦,୧୮,୮୨୫ । ସଂକ୍ରମଣ ତୁଳନାରେ ଦେଶରେ ଦୈନିକ ସଂକ୍ରମଣ ହାର ୧୭.୯୪%କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ଓମିକ୍ରନ ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୬୯୨କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଗତକାଲିଠାରୁ ଦେଶରେ ୪.୩୬% ଓମିକ୍ରନ ଆକ୍ରାନ୍ତ ବଢି଼ଛନ୍ତି ।

kalyan agarbati

Comments are closed.