www.samajalive.in
Sunday, December 7, 2025
26.1 C
Bhubaneswar

ଅସ୍ତ୍ରଶସ୍ତ୍ର କିଣାରେ ୧ ନଂ. ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ: ବିଶ୍ଵସ୍ତରରେ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ କିଣିବାରେ ଭାରତ ତଳକୁ ଖସିଛି। ଭାରତକୁ ପଛରେ ପକାଇ ସାଉଦି ଆରବ ଶୀର୍ଷ ସ୍ଥାନ ଅଧିକାର କରିବା ସହ ଭାରତ ୧ନମ୍ବର ସ୍ଥାନ ହରାଇଛି। ଅସ୍ତ୍ରଶସ୍ତ୍ର କିଣା ଉପରେ ନଜର ରଖୁଥିବା ଷ୍ଟକହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି। ୨୦୧୪ରୁ ୨୦୧୮ ମଧ୍ୟରେ ଅସ୍ତ୍ରଶସ୍ତ୍ର କିଣାରେ ସାଉଦି ଆରବ ପ୍ରଥମ ସ୍ଥାନରେ ପହଞ୍ଚିଛି।

୫ବର୍ଷ ମଧ୍ୟରେ ବିଶ୍ଵ ସ୍ତରରେ କିଣାଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରୁ ସାଉଦି ଆରବର ଭାଗ ୧୨ ପ୍ରତିଶତ ରହିଛି। ଭାରତର ଭାଗ ୯.୫ ପ୍ରତିଶତ ଥିବାବେଳେ ଏହା ୨ୟ ସ୍ଥାନରେ ରହିଛି। ଏହାପଛକୁ ରହିଛନ୍ତି ଇଜିପ୍ଟ, ଅଷ୍ଟ୍ରେଲିଆ ଏବଂ ଆଲଜେରିଆ। ଚୀନ ୪.୨ ପ୍ରତିଶତ ଅସ୍ତ୍ରଶସ୍ତ୍ର ଆମଦାନୀ କରି ୬ଷ୍ଠ ସ୍ଥାନରେ ରହିଛି। ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୦୯ରୁ ୨୦୧୩ ଏବଂ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତରେ ରୁଷ ଅସ୍ତ୍ରଶସ୍ତ୍ରର ପରିମାଣ ଲଗାତର ହ୍ରାସ ପାଇଛି। ବିଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଦେଶର ନିର୍ଭରଶୀଳତାକୁ କମ୍‌ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ୟମ କରୁଥିବା ଏହାର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୦୯ରୁ ୨୦୧୩ ମଧ୍ୟରେ ଭାରତ କିଣିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରୁ ୭୬ ପ୍ରତିଶତ ରୁଷ ଅସ୍ତ୍ରଶସ୍ତ୍ର ରହିଥିଲା। କିନ୍ତୁ ୨୦୧୪-୧୮ ମଧ୍ୟରେ ଏହି ପରିମାଣ ହ୍ରାସ ପାଇ ୫୮ ପ୍ରତିଶତରେ ପହଞ୍ଚିଛି।

- Advertisement -

୨୦୦୯-୧୩ରୁ ୨୦୧୪-୧୮ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ୨୪ ପ୍ରତିଶତ ହ୍ରାସ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, ରୁଷ ଏବଂ ଫ୍ରାନ୍ସ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀଗୁଡ଼ିକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନ ହସ୍ତାନ୍ତର କରିବାରେ ବିଳମ୍ବ କରିବା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଉଦାହରଣ ସ୍ବରୂପ ୨୦୦୧ରେ ରୁଷଠାରୁ ଯୁଦ୍ଧ ବିମାନ ଏବଂ ୨୦୦୮ରେ ଫ୍ରାନ୍ସଠାରୁ ବୁଡ଼ାଜାହାଜ କିଣିବାକୁ ଚୁକ୍ତି ହୋଇଥିଲା। କିନ୍ତୁ ଏଯାଏ ଭାରତକୁ ଏସବୁ ପ୍ରଦାନ କରାଯାଇ ନାହିଁ।

ଅନ୍ୟପଟେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଆମଦାନୀ ୩୯ ପ୍ରତିଶତ କମିଛି। ୨୦୦୯-୧୩ ଏବଂ ୨୦୧୪-୧୮ ମଧ୍ୟରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଆମଦାନୀ ୩୯ ପ୍ରତିଶତ ହ୍ରାସ ପାଇଛି। ଆମେରିକା ଏବେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ନାହିଁ ବୋଲି ମନା କରିଦେଇଛି। ପାକିସ୍ତାନକୁ  ଆମେରିକା ପକ୍ଷରୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ ରପ୍ତାନୀ ୮୧ ପ୍ରତିଶତ କମ୍‌ ହୋଇଛି।।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories