www.samajalive.in
Sunday, December 7, 2025
23.1 C
Bhubaneswar

ସୀମାରେ ଶାନ୍ତି ଓ ସ୍ଥିରତା ଗୁରୁତ୍ୱପୂର୍ଣ୍ଣ – ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ଜାମ୍ମୁ କାଶ୍ମୀର ସଂକ୍ରାନ୍ତରେ ସଂପ୍ରତି ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଥିବା ବିଧେୟକ ରାଜ୍ୟରେ ସାମାଜିକ ଅର୍ଥନୈତିକ ବିକାଶ ଏବଂ ଉତ୍ତମ ପ୍ରଶାସନ ଲକ୍ଷ୍ୟରେ କରାଯାଇଛି। ସେ କହିଛନ୍ତି, ସମ୍ବିଧାନର ଅସ୍ଥାୟୀ ବ୍ୟବସ୍ଥାରେ ପରିବର୍ତ୍ତନ ସଂକ୍ରାନ୍ତ ଏହି ପ୍ରସଙ୍ଗ ଦେଶର ବ୍ୟକ୍ତିଗତ ଅଧିକାର। ଚୀନ୍‍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‍ ୱିଙ୍କ ସହ ବେଜିଂରେ ଦ୍ୱିପକ୍ଷିୟ କଥାବାର୍ତ୍ତା ବେଳେ ଜୟଶଙ୍କର କହିଛନ୍ତି, ଭାରତ ସହ ବାହ୍ୟ ସୀମା କିମ୍ବା ଚୀନ୍‍ ସହ ପ୍ରକୃତ ନିୟନ୍ତ୍ରଣ ରେଖା ସହ ଏହି ବିଧେୟକର କୌଣସି ସମ୍ପର୍କ ନାହିଁ।

ଭାରତ ଅଧିକ ଅଞ୍ଚଳ ନେବା ପାଇଁ ଦାବି କରୁନାହିଁ ଏବଂ ଏ ସଂକ୍ରାନ୍ତରେ ଚୀନ୍‍ର ଉଦ୍‍ବେଗ ଅମୂଳକ ବୋଲି ଜୟଶଙ୍କର ଚୀନ୍‍ ବୈଦେଶିକ ମନ୍ତ୍ରୀଙ୍କୁ କହିଥିବା ଏକ ସରକାରୀ ଇସ୍ତାହାରରେ ପ୍ରକାଶ ପାଇଛି। ସେ ଏକଥା ମଧ୍ୟ କହିଛନ୍ତି, ଭାରତ ଚୀନ୍‍ ସୀମା ସମ୍ପର୍କୀତ ବିବାଦଗୁଡ଼ିକୁ ୨୦୦୫ ରାଜନୈତିକ ମାନଦଣ୍ଡ ଓ ନୀତି ନିର୍ଦ୍ଦେଶାବଳୀ ଅଧୀନରେ ଅବାଧ, ଯଥାଯଥ ଓ ଆପୋଷ ଗ୍ରହଣ ଯୋଗ୍ୟ କଥାବାର୍ତ୍ତା ମଧ୍ୟରେ ସମାଧାନ କରାଯିବ। ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ଦେଶ ସହମତ ହୋଇଛନ୍ତି। ଏଥିଲାଗି ଦୁଇ ଦେଶର ସଶସ୍ତ୍ରବାହିନୀ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଏବଂ ବିଭିନ୍ନ ଆସ୍ଥା ସୃଷ୍ଟିକାରୀ ପଦକ୍ଷେପ ରୂପାୟନ କରାଯିବ। ଆନ୍ତର୍ଜାତିକ ପରିସ୍ଥିତି, ଆଞ୍ଚଳିକ ପ୍ରସଙ୍ଗ ଏବଂ ଏହି ବର୍ଷ ଶେଷ ଆଡ଼କୁ ଦ୍ୱିତୀୟ ଅଣଆନୁଷ୍ଠାନିକ ଶୀର୍ଷ ବୈଠକରେ ଯୋଗ ଦେବା ପାଇଁ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ୍‍ଙ୍କ ଭାରତ ଗସ୍ତ ସମେତ ଦ୍ୱିପକ୍ଷିୟ ସମ୍ପର୍କ ଉପରେ ଉଭୟ ନେତା ଆମୂଳ ଚୂଳ ଆଲୋଚନା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories