www.samajalive.in
Sunday, December 7, 2025
26.1 C
Bhubaneswar

ଏଲଏସିରୁ ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ-ଚୀନ ସମ୍ମତ

ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରୁ ସମ୍ପୂର୍ଣ୍ଣ ରୂପେ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଭାରତ-ଚୀନ ମଧ୍ୟରେ ସମ୍ମତି ପ୍ରକାଶ ପାଇଛି। ସୀମାରୁ ସୈନ୍ୟ ପ୍ରତ୍ୟାହାର ଦ୍ୱାରା ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରହିପାରିବ ଓ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇପାରିବ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଭାରତ-ଚୀନ ସୀମା କଥାବାର୍ତ୍ତା ହୋଇଥିବାବେଳେ ଏହା ଉପରେ ଏକ ବିବୃତ୍ତି ଜାରି କରି ବୈଦେଶିକ ମନ୍ତ୍ରଣାଳୟ ଏପରି କହିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଦ୍ୱିପାକ୍ଷିକ ବୁଝାମଣା ଆଧାରରେ ଦୁଇଦେଶ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। ସେନ୍ୟ ପ୍ରତ୍ୟାହାର ଦ୍ୱାରା ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇବା ସହ ବିକାଶ ପଥରେ ଆଗେଇ ପାରିବେ। ଆଜିର ବୈଠକରେ ସୈନ୍ୟ ପ୍ରତ୍ୟାହାର ବୁଝାମଣାର କାର୍ଯ୍ୟକାରିତାକୁ ଦୁଇଦେଶ ସମୀକ୍ଷା କରାଯାଇଥିଲା। ଗଲୱାନ ସଂଘର୍ଷ ପରେ ଜୁଲାଇ ୫ରେ ଦୁଇଦେଶର ସ୍ୱତନ୍ତ୍ର ପ୍ରତିନିଧିସ୍ତରରେ କଥାବାର୍ତ୍ତା ହୋଇଥିଲା। ଏହା ପରେ କୂଟନୈତିକ ଓ ସାମରିକ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇ ସୈନ୍ୟ ପ୍ରତ୍ୟାହାର ପାଇଁ ସମ୍ମତି ପ୍ରକାଶ ପାଇଛି। ଆଗାମୀ ଦିନରେ ଏହି ଦ୍ୱିପାକ୍ଷିକ ଆଲୋଚନା ଜାରି ରହିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

ଶୁକ୍ରବାର (ଜୁଲାଇ ୨୪)ରେ ୱାର୍କିଂ ମେକାନିଜିମ୍‍ ଫର କନସଲଟେସନ ଆଣ୍ଡ କୋଅର୍ଡିନେସନ ଅନ ଇଣ୍ଡିଆ-ଚୀନ ବର୍ଡର ଆଫାୟାର୍ସ (ଡବ୍ଲ୍ୟୁଏମସିସି)ର ବ୍ୟବସ୍ଥା ଆଧାରରେ ବୈଠକ ହୋଇଥିଲା। ବୈଠକରେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପଶ୍ଚିମ ଏସିଆ) ଭାରତ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ସେହିପରି ଚୀନ ପକ୍ଷରୁ ଏହାର ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ପ୍ରତିନିଧିତ୍ୱ କରିଥିଲେ। ଏହି ବୈଠକରେ ଅନେକ ତିକ୍ତତାକୁ ଦୂର କରାଯାଇଥିଲା ଓ ଆଉ ଏକ ପର୍ଯ୍ୟାୟ ସାମରିକ କଥାବାର୍ତ୍ତା ପାଇଁ ବାଟ ଖୋଲିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଶୁକ୍ରବାର କଥାବାର୍ତ୍ତା ପୂର୍ବରୁ ଗୁରୁବାର ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଅନୁରୂପ କଥା ଦୋହରାଇଥିଲା। ସୀମାରେ ଯଥାଶୀଘ୍ର ପୂର୍ବ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ଦୁଇଦେଶ ସମ୍ପୂର୍ଣ୍ଣ ସମ୍ମତ। ଶ୍ରୀବାସ୍ତବ କହିଛନ୍ତି ଯେ ସୈନ୍ୟ ପ୍ରତ୍ୟାହାର ବୁଝାମଣାକୁ କାର୍ଯ୍ୟକାରୀ କରିବାରେ ଚୀନ ଆବଶ୍ୟକ ଆଗ୍ରହ ପ୍ରକାଶ କରିବ। ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ଚୀନ କୌଣସି ପ୍ରକାର ଆଗ୍ରହ ପ୍ରକାଶ କରୁ ନାହିଁ ବୋଲି ନିକଟରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟରେ ଉଲ୍ଳେଖ କରାଯାଇଥିଲା ଯେ ଚୀନ ସୀମାରୁ ସୈନ୍ୟ ପ୍ରତ୍ୟାହାର ପରିବର୍ତ୍ତେ ସାମରିକ ଶକ୍ତି ବୃଦ୍ଧି କରୁଛି। ଏପରିକି ଏଲଏସିରେ ଏବେ ଚୀନ ଏହାର ୪୦ହଜାର ସୈନ୍ୟ ଠୁଳ କରିଥିବା ରିପୋର୍ଟରେ କୁହାଯାଇଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories