www.samajalive.in
Monday, December 8, 2025
14.1 C
Bhubaneswar

ଆଜି ଭାରତ – ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ

ଇନ୍ଦୋର:  ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ରବିବାର ଇନ୍ଦୋରରେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚକୁ ୫ ୱିକେଟରେ ଜିତି ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଦଳ ଦ୍ବିତୀୟ ମ୍ୟାଚକୁ ଜିତି ଶୃଙ୍ଖଳା ବିଜୟୀ ନେଇ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଫେରିବା ନେଇ ଉଦ୍ୟମ କରିବ।

ବିଶ୍ବକପ ପୂର୍ବରୁ ପ୍ରସ୍ତୁତି ନେଇ ଆୟୋଜିତ ଉକ୍ତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ଭାରତ ଭଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ରୋହିତ ଶର୍ମା, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା ଓ କୁଳଦୀପ୍‌ ଯାଦବଙ୍କ ବିନା ଖେଳିଥିବା ଭାରତ ୫ ୱିକେଟରେ ମ୍ୟାଚକୁ ଜିତି ନେଇଥିଲା। ବ୍ୟାଟିଂରେ ଋତୁରାଜ ଗାଏକ୍ବାର୍ଡ, ଶୁବମାନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ ଓ ଲୋକେଶ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ। ୱିକେଟରକ୍ଷକ ଈଶାନ କିଷନ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ମଧ୍ୟକ୍ରମରେ ଶ୍ରେୟାସ ଆୟରଙ୍କୁ ଏବେ ଭଲ ଇନିଂସ ଖେଳିବାର ଆବଶ୍ୟକତା ରହିଛି। କାରଣ ଆୟର ବିଶ୍ବକପ ଦଳରେ ସ୍ଥାନ ପାଇଛନ୍ତି। ୫ମ ସ୍ଥାନରେ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ। ଏହି ଦୃଷ୍ଟିରୁ ଦ୍ବିତୀୟ ମ୍ୟାଚ ଆୟରଙ୍କ ପାଇଁ ଗୁୁରୁତ୍ବପୂର୍ଣ୍ଣ। ଦ୍ବିତୀୟ ମ୍ୟାଚରେ ଭାରତ ବ୍ୟାଟିଂ କ୍ଷେତ୍ରରେ ସେଭଳି କୌଣସି ପରିବର୍ତ୍ତନ କରିବା ନେଇ ଆଶ​‌ା କରାଯାଉନାହିଁ।

- Advertisement -

ବୋଲିଂରେ ଏସିଆ କପ୍‌ରେ ଏକାଧିକ ମ୍ୟାଚ ଖେଳିନଥିବା ମହମ୍ମଦ ସାମି ୫ଟି ୱିକେଟ ନେବା ସହିତ ଦକ୍ଷତାର ପରିଚୟ ଦେଇଛନ୍ତି। ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ଭଲ ବୋଲିଂ କରିଥିବାବେଳେ ସାର୍ଦୁଳ ଠାକୁର ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ସାର୍ଦୁଳଙ୍କୁ ଆଉ ଏକ ସୁଯୋଗ ମିଳିବା ନେଇ ଆଶା କରାଯାଉଛି। ଦଳୀୟ ମ୍ୟାନେଜ୍‌ମେଣ୍ଟ ସାର୍ଦୁଳଙ୍କୁ ବିଶ୍ବକପ ଦଳରେ ଅଲରାଉଣ୍ଡର ଭାବେ ସାମିଲ କରିଛି। ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ ସ୍ପିନ ବୋଲିଂ ଦାୟିତ୍ବ ତୁଲାଉଛନ୍ତି। ବିଶ୍ବକପ ଦଳରେ ସ୍ଥାନ ପାଇବା ନେଇ ଅଶ୍ବିନଙ୍କ ନିକଟରେ ସୁଯୋଗ ରହିଥିବାରୁ ଦ୍ବିତୀୟ ମ୍ୟାଚ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ୨୦ ମାସ ପରେ ଦିନିକିଆ ଦଳକୁ ଫେରିଥିବା ଅଶ୍ବିନ ପ୍ରଥମ ମ୍ୟାଚରେ ୪୭ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ସେହିପରି ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ମଧ୍ୟ ବୋଲିଂ ଓ ବ୍ୟାଟିଂ ବିଭାଗକୁ ସୁଧାରିବାରେ ପ୍ରୟାସ କରିବ। ବ୍ୟାଟିଂରେ ଡେଭିଡ୍‌ ୱାର୍ଣ୍ଣର ଓ ଜୋଶ ଇଂଲିଶଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ବଡ ପାଳି ଖେଳିପାରିନଥିଲେ। ଷ୍ଟିଭ୍‌ ସ୍ମିଥ୍‌, ମାର୍ନୁସ ଲାବୁସାନେ, କାମେରୁନ ଗ୍ରୀନ, ମିଚେଲ ମାର୍ଶ, ମାର୍କୋସ ଷ୍ଟୋଇନିସ୍‌ଙ୍କ ନିକଟରେ ବିଶ୍ବକପ ପୂର୍ବରୁ ବଡ ଇନିଂସ ଖେଳି ମନୋବଳ ବଢାଇବାର ସୁଯୋଗ ରହିଛି। ବ୍ୟାଟିଂ ଅପେକ୍ଷା ବୋଲିଂରେ ଦଳ ଅଧିକ ଖରାପ ପ୍ରଦର୍ଶନ କରିଥିଲା। କମିନ୍‌ସ, ସେନ୍‌ ଆବର୍ଟ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଆଡାମ ଜାମ୍ପା ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ସାମାନ୍ୟ ଅଡୁଆରେ ପକାଇ ୨ଟି ୱିକେଟ ନେଇଥିଲେ। ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବ୍ୟାଟିଂ ଓ ବୋଲିଂରେ କିଛି ପରିବର୍ତ୍ତନ ସହ ଖେଳିବା ନେଇ ଲକ୍ଷ୍ୟ ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories