www.samajalive.in
Tuesday, December 9, 2025
16.1 C
Bhubaneswar

୨ୟ ଟେଷ୍ଟ ଜିତି ପ୍ରତିଶୋଧ ଲକ୍ଷ୍ୟ​ରେ ବିରାଟ ସେନା

ଚେନ୍ନଇ : ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ୍‌ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଅର୍ଦ୍ଧାଧିକ ପ୍ରମୁଖ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ଟେଷ୍ଟ ସିରିଜ୍‌ ହରାଇଥିବା ଭାରତ ପ୍ରମୁଖ ଖେଳାଳିଙ୍କୁ ଫେରିପାଇବା ପରେ ମଧ୍ୟ ପରାସ୍ତହେବା ଅପ୍ରତ୍ୟାଶିତ ଥିଲା ନିଶ୍ଚିତ। ଏବେ ସେହି ଚେନ୍ନଇ ମାଟିରେ ୨ୟ ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ବିରାଟ କୋହଲିଙ୍କ ଦଳ ରହିଛି। ଭାରତୀୟ ଦଳ ପାଇଁ ଏହା ଏକ ଖୁସିର ଖବର ଯେ ୧୩ରୁ ଆରମ୍ଭ ହେଉଥିବା ୨ୟ ଟେଷ୍ଟମ୍ୟାଚ୍‌ରେ ଦର୍ଶକ ଉପସ୍ଥିତ ରହିବେ। ତେଣୁ ବିରାଟ ସେନାଙ୍କୁ ପ୍ରବଳ ସମର୍ଥନ ମିଳିବ। ୨ୟ ଟେଷ୍ଟ ଜିତି ୧-୧ ବରାବର ସ୍ଥିତିକୁ ଆସିବାକୁ ଭାରତ ନିଶ୍ଚୟ ଚାହିଁବ।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‌ର ୨ୟ ଇନିଂସରେ ୩୬ ରନ୍‌ରେ ଅଲ୍ଆଉଟ ହୋଇ ଭାରତ ପରାସ୍ତ ହେବା ପରେ ଅଧିନାୟକ ବିରାଟ କୋହଲି ଭାରତ ଫେରି ଆସିଥିଲେ। ଏହାପରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଭାରତୀୟ ଦଳ କିଛି ଯୁବ ଖେଳାଳିଙ୍କୁ ନେଇ ବାକି ୩ଟିରୁ ୨ଟି ଟେଷ୍ଟ ଜିତି ସିରିଜ୍ ହାତେଇ ପାରିଥିଲା। କୋହଲିଙ୍କ ନେତୃତ୍ବରେ ଭାରତ ଚେନ୍ନଇରେ ଇଂଲଣ୍ଡଠାରୁ ପ୍ରଥମ ଟେଷ୍ଟ ହାରିବା ପରେ ଏବେ କୋହଲିଙ୍କ ନେତୃତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। କୋହଲିଙ୍କୁ ଏହାର ଜବାବ ଦେବାକୁ ପଡ଼ିବ। ପୁଣି ୨ୟ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହେବା ନିଶ୍ଚିତ। ତେବେ ଗୋଟିଏ ପରାଜୟ ପରେ ଦଳରେ ଅଧିକ ପରିବର୍ତ୍ତନ ଛାନିଆ ହେବାର ପ୍ରମାଣ ବୋଲି କ୍ରିକେଟ୍‌ ବିଶେଷଜ୍ଞ ମତ ଦେଇଛନ୍ତି। ପ୍ରଥମ ​‌େ​‌ଟଷ୍ଟର ଉଭୟ ଇନିଂସରେ ଅଜିଙ୍କ୍ୟ ରାହାଣେ ବିଫଳ ହୋଇଥିବାରୁ ତାଙ୍କ ସ୍ଥାନରେ କେ.ଏଲ୍‌. ରାହୁଲଙ୍କୁ ଖେଳାଇବା କଥା ଭାରତୀୟ ଦଳ ଚିନ୍ତାକରୁଛି। ଲେ ଗୋଟିଏ ମ୍ୟାଚ୍‌ର ବିଫଳତା ପରେ ରାହାଣେଙ୍କୁ ବସାଇବାର ସମ୍ଭାବନା କମ୍। ମୟଙ୍କ ଅଗ୍ରୱାଲ ଦଳରେ ଥିଲେ ହେଁ କ୍ରମାଗତ ୩ୟ ଟେଷ୍ଟରେ ବିଫଳ ହୋଇଥିବା ଓପ୍‌ନର ରୋହିତ ଶର୍ମାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ଇଂଲଣ୍ଡ ଖେଳାଳିଙ୍କୁ ପାଳିକରି ବା ରୋଟେସନ୍‌ରେ ଖେଳାଇବାକୁ ଏହା ନିଷ୍ପତ୍ତି ନେଇଛି। ଫଳରେ ଜୋସ୍ ବଟ୍‌ଲର ସ୍ବଦେଶ ଫେରି ଯାଇଥିବାରୁ ୨ୟ ଟେଷ୍ଟମ୍ୟାଚ୍‌ରେ ବେନ୍‌ ଫୋକ୍‌ସ ୱିକେଟ ରକ୍ଷଣ କରିବେ। ପ୍ରଥମ ଟେଷ୍ଟରେ ପେସ୍ ବୋଲର ଜେମ୍‌ସ ଆଣ୍ଡରସନ୍ ଚମତ୍କାର ବୋଲିଂ କରିଥିଲେ ହେଁ ୨ୟ ଟେଷ୍ଟରେ ତାଙ୍କୁ ବିଶ୍ରାମ ମିଳିପାରେ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ତାଙ୍କ ସ୍ଥାନରେ ଖେଳିପାରନ୍ତି। ପୁଣି ଅନ୍ୟ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ସ୍ଥାନରେ ଓଲି ଷ୍ଟୋନ୍‌ ଏବଂ ଅଫ୍‌ସ୍ପିନର ଡମ୍ ବେସ୍‌ଙ୍କ ସ୍ଥାନରେ ମୋଇନ୍ ଅଲୀ ଖେଳିପାରନ୍ତି ବୋଲି ଆଲୋଚନା ଚାଲିଛି। ଗତ ୩ଟି ଟେଷ୍ଟରେ ୨ଟି ଦ୍ବିଶତକ ଓ ଗୋଟିଏ ଶତକ ସହ ୬୮୪ ରନ୍ କରିଥିବା ଇଂଲଣ୍ଡର ଅଧିନାୟକ ଜୋ ରୁଟ୍‌ଙ୍କୁ ଜଲ୍‌ଦି ଆଉଟ କରିବା ଭାରତୀୟ ବୋଲରଙ୍କ ପାଇଁ ବଡ଼ ଆହ୍ବାନ ରହିବ। କାରଣ ଚେନ୍ନଇରେ ଇଂଲଣ୍ଡର ଉଭୟ ଇନିଂସରେ ରୁଟ୍‌ ସର୍ବାଧିକ ରନ୍ କରିଥିଲେ।

୨ୟ ଟେଷ୍ଟ ନିମନ୍ତେ ଭିନ୍ନ ଧରଣର ପିଚ୍‌
ଇଂଲଣ୍ଡ ଓ ଭାରତ ମଧ୍ୟରେ ୧୩ରୁ ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ୨ୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଠାରେ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଥିବା ବେଳେ ପିଚ୍‌କୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରା ଯାଇଥିଲା। ପିଚ୍‌ ଧିମା ଥିଲା। ପ୍ରଥମ ଇନିଂସରେ ବ୍ୟାଟିଂ କରିବା ସହଜ ଥିବା ବେଳେ ୨ୟ ଇନିଂସରେ ବ୍ୟାଟିଂ କଷ୍ଟକର ଥିଲା। ଏହାକୁ ଦୃଷ୍ଟିରେ ରଖି ୨ୟ ଟେଷ୍ଟ ପାଇଁ ଭିନ୍ନଧରଣର ପିଚ୍‌ ପ୍ରସ୍ତୁତ କରାଯାଉଥିବା ଆଲୋଚନା ହେଉଛି।
ପ୍ରଥମ ଟେଷ୍ଟ ନିମନ୍ତେ ଯେଉଁ ପିଚ୍‌ ବ୍ୟବହୃତ ହୋଇଥିଲା, ତା’ ନିକଟରେ ରହିଥିବା ଅନ୍ୟ ୪ଟି ପିଚ୍‌ ମଧ୍ୟରୁ ଗୋଟିକରେ ଦ୍ବିତୀୟ ଟେଷ୍ଟ ଖେଳାଯିବ। ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ବ୍ୟବହାର ହେବାକୁ ଥିବା ପିଚ୍‌ରେ କିଛି ପରିମାଣର ଘାସ ରହିପାରେ। ଏପରି ହେଲେ ଦ୍ରୁତ ବୋଲରଙ୍କୁ ସହାୟତା ମିଳିବ ଏବଂ ବଲ୍ ପଡ଼ିବା ପରେ ପିଚ୍‌ରୁ ଧୂଳି ଉଡିବ ନାହିଁ। ତେବେ ଇଂଲଣ୍ଡ ଦଳରେ ଜେମ୍‌ସ ଆଣ୍ଡରସନ୍‌ ଓ ଜୋଫ୍ରା ଆର୍ଚରଙ୍କ ପରି ଦ୍ରୁତ ବୋଲର ଥିବାରୁ ଏପରି ପିଚ୍‌ ପ୍ରସ୍ତୁତ କରିବା କେତେଦୂର ଠିକ୍‌ ହେବ; ତାହା ଏକ ବଡ଼ ପ୍ରଶ୍ନବାଚୀ। ଅନ୍ୟପକ୍ଷରେ ପିଚ୍‌ରୁ ସବୁ ଘାସ କଟାଯାଇ ଏହାକୁ ଖୋଲା ଛାଡ଼ିଦେବାକୁ ଆଉ କେତେକ ମହଲରୁ ପ୍ରସ୍ତାବ ଦିଆଯାଇଛି। ଏପରି ହେଲେ ପିଚ୍‌ରେ ସ୍ପିନରଙ୍କ ବଲ୍‌ ପ୍ରଥମ ଦିନରୁ ସ୍ପିନ୍‌ କରିବ। ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ପିଚ୍‌ ନିଶ୍ଚିତ ଭାବେ ଭିନ୍ନଧରଣର ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ କ୍ୟୁରେଟର୍‌ କିପରି ପିଚ୍‌ ପ୍ରସ୍ତୁତ କରୁଛନ୍ତି ତାହା ଉପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ନଜର ରହିଥିବାରୁ ଏଥିପାଇଁ କିଛିଟା ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

- Advertisement -

୨ୟ ଟେଷ୍ଟ: ଭାରତୀୟ ଦଳରୁ ନଦ୍ଦିମ୍ ଓ ଚହର ବାଦ୍‌
ଶନିବାରଠାରୁ ଏଠାରେ ଆରମ୍ଭ ହେଉଥିବା ୨ୟ ଟେଷ୍ଟମ୍ୟାଚ୍ ପାଇଁ ଭାରତୀୟ ଦଳରୁ ବାମହାତି ସ୍ପିନର ଶାହ୍‌ବାଜ ନଦ୍ଦିମ୍ ଓ ଲେଗ୍‌ସ୍ପିନର ରାହୁଲ ଚହର ବାଦ୍ ପଡ଼ିଛନ୍ତି। ଉଭୟଙ୍କୁ ଷ୍ଟାଣ୍ଡବାଇ ଖେଳାଳି ତାଲିକାର ରଖାଯାଇଛି। ବାମହାତି ସ୍ପିନର ଅକ୍ଷର ପଟେଲ ଫିଟ୍‌ ଘୋଷିତ ହୋଇଥିବାରୁ ଜାତୀୟ ମନୋନୟନକାରୀ ଏପରି ନିଷ୍ପତ୍ତି ନେଇଛନ୍ତି। ୩ୟ ସ୍ପିନର ସ୍ଥାନ ପାଇଁ କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟ​‌େ​‌ର ମୁକାବିଲା ହେବ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories