www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦ ଆଜି

କାନ୍‌ବେରା: ଭ୍ରମଣକାରୀ ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌କୁ ସହଜ​‌େ​‌ର ଜିତିବା ପରେ ୩ୟ ଦିନିକିଆରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ। ଦଳର କିଛି ପ୍ରମୁଖ ଖେଳାଳି ଆହତହେବା ଅଷ୍ଟ୍ରେଲିଆ ପରାଜୟର କାରଣ ହୋଇଥିଲା। ସମାନ ଆହତଗତ ସମସ୍ୟା ସହ ଭାରତ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଖେଳିବ ଅଷ୍ଟ୍ରେଲିଆ। ଶୁକ୍ରବାର ମାନୁକା ଓଭାଲ୍‌ରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଡେଭିଡ୍‌ ୱାର୍ଣ୍ଣର, ପ୍ୟାଟ୍‌ କମିନ୍‌ସ, ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ପରି ପ୍ରମୁଖ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ଟି୨୦ ସିରିଜ୍ ଖେଳିବ। ତେଣୁ ଏହି ସିରିଜ୍ ଜିତି ଦିନିକିଆ ସିରିଜ୍ ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତୀୟ ଦଳ ନିକଟରେ ଏହା ଶ୍ରେଷ୍ଠ ସୁଯୋଗ। ଭାରତୀୟ ଦଳରେ ଆହତଗତ ସମସ୍ୟା ନାହିଁ। ପୁଣି ୩ୟ ଦିନିକିଆ ଜିତି ଏହା ଆତ୍ମବିଶ୍ବାସରେ ଭରପୂର ରହିଛି। ତେଣୁ ଟ୍ବେଣ୍ଟି୨୦ ସିରିଜ୍‌ରେ ମଧ୍ୟ ବିଜୟଧାରା ଜାରି ରଖିବାକୁ ଭାରତ ଚାହିଁବ।

ଗତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଭାରତୀୟ ଦଳରେ ଥିବାରୁ ପ୍ରଥମ ମ୍ୟାଚ୍‌ ସହ ସିରିଜ୍ ଜିତିବା ପାଇଁ ଏହା ଫେଭରିଟ୍‌। ଶିଖର ଧାୱନଙ୍କ ସହ କେ.ଏଲ୍‌. ରାହୁଲ ଇନିଂସ ଓପନ୍‌ କରିବେ। ଆଇପିଏଲ୍‌ରେ ଓପନ୍‌କରି ସର୍ବାଧିକ ରନ୍ କରିଥିବା ରାହୁଲଙ୍କୁ ତାଙ୍କ ପ୍ରିୟ ଓପ୍‌ନିଂ ସ୍ଥାନ ମିଳିବ। ଶ୍ରେୟାସ ଆୟରଙ୍କ ପରେ ମନୀଷ ପାଣ୍ଡେ ୫ନଂ ସ୍ଥାନରେ ବ୍ୟାଟିଂକରିବେ। ଦିନିକିଆ ପଦାର୍ପଣରେ ବାମହାତି ପେସ୍ ବୋଲର ଟି. ନଟରାଜନ୍ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ଟି୨୦ ସିରିଜ୍‌ରେ ସୁଯୋଗ ମିଳିବା ନିଶ୍ଚିତ। ଦୀପକ ଚହର ୨ୟ ପେସ୍ ବୋଲର ଭାବେ ଖେଳିଲେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିବ। ରବୀନ୍ଦ୍ର ଜାଡ଼େଜାଙ୍କ ସହ ୟୁଜବେନ୍ଦ୍ର ଚହଲ ସ୍ପିନର ଭାବେ ଖେଳିବେ। ଦିନିକିଆ ସିରିଜ୍‌ର ୩ଟିଯାକ ମ୍ୟାଚ୍‌ରେ ବିସ୍ଫୋରକ ଇନିଂସ ଖେଳିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଫର୍ମ ଭାରତକୁ ଉତ୍ସାହିତ କରିଛି। ଅନ୍ୟପକ୍ଷରେ ଆଇସିିସି ମାନ୍ୟତାରେ ୨ନଂ ଦଳ ଅଷ୍ଟ୍ରେଲିଆ ଏକ ଭଲ ଟ୍ବେଣ୍ଟି୨୦ ଏକାଦଶ ଛିଡ଼ା କରିବାରେ ଅସୁବିଧା ଅନୁଭବ କରୁଛି। ଅଧିନାୟକ ଆରୋନ୍ ଫିଞ୍ଚ୍, ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ଛାଡ଼ି କେହି ଭଲ ବ୍ୟାଟ୍‌ସମ୍ୟାନ୍ ନାହାନ୍ତି। ମାଥ୍ୟୁ ୱେଡ୍‌ ଇନିଂସ ଓପନ୍‌ କରିବେ। ପେସ୍ ବୋଲର ଭାବେ ସନ୍ ଆବଟ୍ ଓ ଜୋସ୍ ହାଜେଲଉଡ୍‌ ଖେଳିବାର ଥିବା ବେଳେ ମିଚେଲ ଷ୍ଟାର୍କଙ୍କ ସ୍ଥାନରେ ଆଣ୍ଡରୁ ଟାଇ ଖେଳିପାରନ୍ତି। ଦିନିକିଆ ସିରିଜ୍‌ରେ ୧୯୪.୧୮ ଷ୍ଟ୍ରାଇକ୍‌ରେଟ୍‌ରେ ୧୬୭ ରନ୍ କରିଥିବା ମ୍ୟାକ୍ସୱେଲଙ୍କ ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ। ଠିକ୍ ସେହପରି ହାର୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଚିନ୍ତାରେ ପକାଇଛନ୍ତି। ୩ଟିଯାକ ମ୍ୟାଚ୍‌ରେ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଅନ୍ୟ କେହି ବିକଳ୍ପ ନ ଥିବାରୁ ଆହତ ଥିବା ସ​‌େ​‌ତ୍ତ୍ବ ଆଷ୍ଟନ୍ ଏଗାର୍‌ ଖେଳିପାରନ୍ତି। ଏହି ସିରିଜ୍‌ରୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ୨୦୨୧ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଟ୍ବେଣ୍ଟି୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ଭଲ। ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷଥର ଭାରତ ଟ୍ବେଣ୍ଟି୨୦ ସିରିଜ୍ ଖେଳିଥିବା ବେଳେ ଏହାକୁ ୫-୦ରେ ଜିତିଥିଲା। ତେବେ ଉଭୟ ଦଳଙ୍କ ମଧ୍ୟରେ ଭାରତରେ ଖେଳା ଯାଇଥିବା ଶେଷ ଟ୍ବେଣ୍ଟି୨୦ ସିରିଜ୍‌କୁ ୨-୦ରେ ଅଷ୍ଟ୍ରେଲିଆ ଜିତିଥିଲା। ମାନୁକା ଓଭାଲ୍‌ର ପିଚ୍ ବ୍ୟାଟିଂ ସହାୟକ ହେବ। ତେଣୁ ଏଠାରେ ୧୮୦ ରନ୍‌ର ପାଖିପାଖି ସ୍କୋର୍‌ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଅପେକ୍ଷାକୃତ ମଜ୍‌ଭୁତ ଲାଗୁଛି। ତେଣୁ ଏହି ସିରିଜ୍‌ରେ ଭାରତ ନିଶ୍ଚୟ ଫେଭରିଟ୍‌।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories