www.samajalive.in
Monday, December 8, 2025
14.1 C
Bhubaneswar

ତିଗିରିଆରେ ବଢ଼ୁଛି ସ୍ଥାନୀୟ କରୋନା ସଂକ୍ରମଣଙ୍କ ସଂଖ୍ୟା

ତିଗିରିଆ : ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୁଧବାର ସଂଗୃହିତ ୮୩ଜଣଙ୍କ ସ୍ୱାବ ନମୁନାରୁ ୧୮ଜଣଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଥିବା ବିଡ଼ିଓ ଦିପ୍ତିମୟୀ ବେହେରାଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରେ ବ୍ଲକ ପ୍ରଶାସନ ନିକଟରେ ସ୍ୱାବ ରିପୋର୍ଟ ସମ୍ପର୍କୀତ ପହଞ୍ଚିଥିବା ସୂଚନା ମୁତାବକ ୧୮ଜଣ ପଜିଟିଭ ମାମଲା ମଧ୍ୟରେ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ ଏବଂ ଜଣେ କର୍ମଚାରୀଙ୍କ ପରିବାର ସଦସ୍ୟ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପାଟଣା ସଂଗରୋଧ କେନ୍ଦ୍ରରୁ ଜଣେ ଏବଂ ଭୋଗଡ଼ା ପଞ୍ଚାୟତରେ ଘରେ ସଂଗରୋଧରେ ଥିବା ଜଣେ ବ୍ୟକ୍ତିଙ୍କ ସହିତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଘରୋଇ ପୃଥକବାସରେ ରହିଥିବା ନିଜିଗଡ଼ ପଞ୍ଚାୟତର ଗୋଟିଏ ପରିବାରର ୮ଜଣଙ୍କ ସ୍ୱାବ ନମୁନାର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ସମସ୍ତଙ୍କୁ କୋଭିଡ଼ ହସ୍ପିଟାଲ ପଠାଇବା ଲାଗି ବ୍ୟବସ୍ଥା ହେଉଥିବା ବିନ୍ଧାଣିମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ୱ ବିକାଶ ରାଉତରାୟ କହିଛନ୍ତି।

ତେବେ ତିଗିରିଆରେ କରୋନା ଆକ୍ରାନ୍ତରେ ଦିନକୁ ଦିନ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥାନୀୟ ଜନସାଧାରଣରେ ଭୟର ବାତାବରଣ ପ୍ରକାଶ ପାଇଛି। ଗତଥର ସଂଗୃହିତ ସ୍ୱାବ ନମୁନାର କରୋନା ପରୀକ୍ଷା ରିପୋର୍ଟରେ ଚଳିତ ମାସ ୧ତାରିଖ ଦିନ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିିହ୍ନଟ ହେବା ପରେ ଉକ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଗତ ରବିବାର ଠାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଦିଆଯାଇଥିଲା। ଏହି ଦୁଇ କର୍ମଚାରୀଙ୍କ ସଂସ୍ପର୍ଶରେ ଥିବା କର୍ମଚାରୀଙ୍କୁ ମଧ୍ୟ ନିଜ ଘରେ ସଂଗରୋଧରେ ରହିବା ଲାଗି କୁହାଯାଇଥିଲା। ଏହା ଭିତରେ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହାର ପରିସରକୁ ବିଶୋଧନ କରାଯାଇଥିବା ବେଳେ ଏବେ ପୁଣି ଥରେ ଆସନ୍ତାକାଲି ଠାରୁ ଏଠାରେ ରୋଗୀସେବା କିଭଳି ଢ଼ଙ୍ଗରେ ଚାଲୁ କରାଯିବ ସେନେଇ ବିଚାର ବିର୍ମଶ ଚାଲୁ ରହିଛି। ପ୍ରାଥମିକତା ଭିତ୍ତିରେ ପଜିଟିଭ ଚିହ୍ନଟଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଉଥିବା ଡାକ୍ତର ଶ୍ରୀ ରାଉତରାୟଙ୍କ ଠାରୁ ଜଣାପଡ଼ିଛି। ମହାମାରୀ କରୋନା ପରିସ୍ଥିତିରେ ସ୍ୱାସ୍ଥ୍ୟସେବା ଭଳି ଏକ ଜରୁରୀ ସେବାକୁ ସ୍ୱାଭାବିକ ଭାବେ ଚାଲୁ ରଖିବାକୁ ହେଲେ ଅନ୍ତତଃ ପକ୍ଷେ କରୋନା ଯୋଦ୍ଧା ଡାକ୍ତରଖାନାଗୁଡ଼ିକର ସମସ୍ତ କର୍ମଚାରୀ ଓ ବିଭାଗୀୟର ପଞ୍ଚାୟତ ସ୍ତରରେ ରହିଥିବା କ୍ଷେତ୍ର କର୍ମଚାରୀମାନଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଅନ୍ୟଥା ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀମାନେ ଆବଶ୍ୟକୀୟ ଚିକିତ୍ସା ନପାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଅଞ୍ଚଳରେ ଗୋଷ୍ଠି ସଂକ୍ରମଣର ଆଶଙ୍କାଙ୍କୁ ଏଡ଼ାଇ ଦେଇ ହେବନି ବୋଲି ମତ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories