www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇ ମାସରେ କଟକରୁ ୨୨ ନକଲି କାରଖାନା ଠାବ

କଟକ: କଟକରେ ଅପମିଶ୍ରିତ କାରଖାନାର ତାଲିକା ଲମ୍ବିବାରେ ଲାଗିଛି। ଦୁଇମାସ ମଧ୍ୟରେ କଟକ ସହରରୁ ୨୨ଟି ନକଲି କାରଖାନା ଠାବ ହୋଇଛି। ଏହିସବୁ କାରଖାନାରୁ ପ୍ରାୟ ୮କୋଟିରୁ ଅଧିକ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ଏହି ନକଲି ସାମଗ୍ରୀ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୫ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ବିଶେଷ କରି ଜଗତପୁର ଶିଳ୍ପାଞ୍ଚଳରୁ ସର୍ବାଧିକ ଅପମିଶ୍ରିତ କାରଖାନାର ଠାବ ହୋଇଛି। ଇଡୋକାଠାରୁ ଲିଜରେ ଜମି ନେଇ ଜଗତପୁର ଶିଳ୍ପାଞ୍ଚଳରେ ଖୋଲାଯାଇଛି ବହୁ ଛୋଟବଡ଼ କାରଖାନା। ତନ୍ମଧ୍ୟରୁ କେତେକ କାରଖାନାରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ନେଇ ପୁଲିସ ଜାଣିବାକୁ ପାଇଛି। ଉକ୍ତ କାରଖାନାର ମୁନାଫାଖୋର ମାଲିକମାନେ ସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ନାଁରେ ଠକୁଛନ୍ତି। ଏହି ବେଆଇନ କାର୍ୟ୍ୟ କରୁଥିବା ବ୍ୟକ୍ତିଙ୍କ ଜମି ଲିଜ୍ ବାତିଲ କରିବା ଲାଗି ଇଡ୍କୋକୁ ଚିଠି ଲେଖିଛି କମିସନରେଟ୍ ପୁଲିସ। ଅପମିଶ୍ରିତ କାରଖାନା ଠବ କରିବା ଲାଗି ଜିଲା ପ୍ରଶାସନ ଓ ପୁଲିସ ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି।

ପୁଲିସର ଏହି ସ୍ୱତନ୍ତ୍ର ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତିି। ଏହାଛଡ଼ା ବିଭିନ୍ନ ବଜାର କମିଟି ଓ ମାଲଗୋଦାମ ବ୍ୟବସାୟୀ ସଂଘ ପକ୍ଷରୁ ଅପିମଶ୍ରଣ ନକରିବା ଲାଗି ସଚେତନ କରାଯାଇଛି। ସେମାନେ ନିଜ ଅଞ୍ଚଳରେ ବିଶେଷ ଦୃଷ୍ଟି ଦେଉଛନ୍ତି। ସେମାନଙ୍କ ନିକଟସ୍ଥ ବଜାରରେ କିପରି ନକଲି କିମ୍ବା ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ନହେବ ସେଥିପାଇଁ ବଜାର କମିଟି କର୍ମକର୍ତ୍ତା ସତର୍କ ରହିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ପ୍ରକାଶଥାଉକି, ଗତ କିଛି ଦିନ ମଧ୍ୟରେ ଖାଇବା ତେଲ, ଘିଅ, ସାବନ, ତୁତ୍ପେଷ୍ଟ, ମସଲା, ସସ୍, ସୋୟବଡି, ଖାସିମାଂସ, ସିମେଣ୍ଟ, ଜରି, ହ୍ୱାଇଟ୍ (ପୁଟି), ସସ୍, ପୂଜା ସାମଗ୍ରୀ ତଥା ମହୁ, ଗଙ୍ଗାଜଳ, ବିଡ଼ି ଓ ପନିର ଭଳି ଅପମିଶ୍ରିତ ସାମଗ୍ରୀ ଓ ଏହାର କାରଖାନା ଠାବ ହୋଇ ସାରିଲାଣି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories