www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ଜିତି ପାରିବନି: ଇମ୍ରାନ

ଇସଲାମାବାଦ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ କେତେବେଳେ ଯୁଦ୍ଧ ଧମକ ଦେଉଛି ତ କେତେବେଳେ ପରମାଣୁ ବୋମା ଫିଙ୍ଗିବା କଥା କହୁଛି। କିନ୍ତୁ ଏହା କେବଳ ପାକିସ୍ତାନର ମୁହଁଟାଣ କଥା। କାରଣ ଯୁଦ୍ଧ ପ୍ରସଙ୍ଗରେ ଦେଶ କେତେ ଦୁର୍ବଳ ତାହା ସ୍ବୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନ ଭାରତ ସହିତ ପାରମ୍ପରିକ ଯୁଦ୍ଧ କଲେ କେବେ ବି ଜିତିପାରିବ ନାହିଁ ବୋଲି ଇମ୍ରାନ କହିଛନ୍ତି। ମାତ୍ର ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେବାର ସମ୍ଭାବନା ରହିଥିବା ନେଇ ସେ ଇସାରା ଦେଇଛନ୍ତି।

ଗଣମାଧ୍ୟମ ସଂସ୍ଥା ଅଲ ଜଜିରାକୁ ଦେଇଥିବା ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ପାରମ୍ପରିକ ଯୁଦ୍ଧରେ ହାରିବା ସ୍ଥିତି ଉପୁଜିଲେ ଏକ ଦେଶ ନିକଟରେ ଦୁଇଟି ବିକଳ୍ପ ରହିଥାଏ। ଗୋଟିଏ ହେଉଛି ଆତ୍ମସମର୍ପଣ ଏବଂ ଅନ୍ୟଟି ହେଉଛି ଶେଷ ପର୍ଯ୍ୟନ୍ତ ଲଢ଼ିବା। ପାକିସ୍ତାନ ଶେଷ ପର୍ଯ୍ୟନ୍ତ ଲଢ଼ିବ। ଏହାର କାରଣ ହେଉଛି ଯେତେବେଳେ ପରମାଣୁ ଶକ୍ତି ସମ୍ପନ୍ନ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ହେଉଥିବ, ତା’ହେଲେ ତାହାର ଫଳାଫଳ ବି ସେହି ଅନୁସାରେ ହେବ।

- Advertisement -

ଇମ୍ରାନ ଆହୁରି କହିଛନ୍ତି, ମୁଁ ଶାନ୍ତିବାଦୀ ଅଟେ। ମୁଁ ସବୁବେଳେ ଯୁଦ୍ଧ ବିରୋଧରେ ରହିଆସିଛି। ମୁଁ ଏହା ମାନେ ଯେ ଯୁଦ୍ଧରୁ କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଭିଏତନାମ କଥା ହେଉ କି ଇରାକ କଥା, ଏସବୁ ଗୋଟିଏ ଗୋଟିଏ ଉଦାହରଣ। ତେବେ ପାକିସ୍ତାନ କେବେ ବି ପରମାଣୁ ଯୁଦ୍ଧ କରିବ ନାହିଁ ବୋଲି ସେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories