ଭୁବନେଶ୍ଵର: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଓ ବୟକଟ୍ ପୁରୀ ପ୍ରସଙ୍ଗରେ ଲୋକସେବା ଭବନରେ ସୋମବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ବୈଠକରେ ଯୋଗ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ। ‘ଦାରୁ’ ବିବାଦ, ଦୀଘା ଜଗନ୍ନାଥ ଧାମ ବିବାଦ, ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗ, ପଶ୍ଚିମବଙ୍ଗରେ ଚାଲିଥିବା ବୟକଟ୍ ପୁରୀ କ୍ୟାମ୍ପେନ ପ୍ରସଙ୍ଗରେ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯିବ। ଗତକାଲି ଶ୍ରୀମନ୍ଦିିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଏଥିରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପ୍ରାୟ ୪୫ ମିନିଟ୍ ଜେରା କରାଯାଇଥିଲା। ଆଜିର ବୈଠକରେ ମନ୍ତ୍ରୀଙ୍କୁ କାଲିର ବୈଠକ ବିଷୟରେ ଅବଗତ କରାଯିବ। ବୈଠକରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର।
Popular Categories



