www.samajalive.in
Tuesday, December 9, 2025
26.1 C
Bhubaneswar

ଶିକ୍ଷାନୁଷ୍ଠାନର ବିକାଶରେ ପୁରାତନ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ମନ୍ତ୍ରୀ ପ୍ରତାପ ଜେନା

କଟକ: ଯେ କୌଣସି ଶିକ୍ଷାନୁଷ୍ଠାନର ବିକାଶ ଓ ତାର ଭବିଷ୍ୟତ ଛାତ୍ରଛାତ୍ରୀଙ୍କ ପାଇଁ ପୁରାତନ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଆଜି କଟକସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଏମଆଇଟି)ରେ ଅନୁଷ୍ଠିତ ପଞ୍ଚମ ପୁରାତନ ଛାତ୍ର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ପ୍ରତାପ ଏହା କହିଛନ୍ତି। ସେ କହିଛନ୍ତି, ସ୍କୁଲ ହେଉ କି କଲେଜ କିମ୍ବା କୌଣସି ଇଞ୍ଜିନିଅରିଂ ବା ମ୍ୟାନେଜମେଣ୍ଟ କଲେଜ, ସେଗୁଡିକ ପାଇଁ ବିକାଶ କେବଳ କୋଠାବାଡି ନିର୍ମାଣ କରିବା ସବୁ କିଛି ନୁହେଁ। ସେ ଶିକ୍ଷାମନ୍ତ୍ରୀ ଥିବା ସମୟରେ ନିଜ ଅନୁଭୂତି ପ୍ରକାଶ କରି କହିଥିଲେ ଯେ ଏମିତି ଅନେକ ଅନୁଷ୍ଠାନର ଭଲ ଓ ସମ୍ପୂର୍ଣ୍ଣ କ୍ୟାମ୍ପସ ଏବଂ ଶିକ୍ଷକ ଥିଲେ ମଧ୍ୟ ସେ ସବୁ ଅନୁଷ୍ଠାନ ଗୁଡିକ ଭଲ ଫଳ କରିପାରୁ ନାହାନ୍ତି। ମନ୍ତ୍ରୀ ଜେନା କହିଛନ୍ତି ଯେ, କେବଳ ସରକାର ଉଦ୍ୟମ କଲେ ସବୁ କିଛି ହେବ ନାହିଁ, ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସମାନ ପ୍ରକାର ଉଦ୍ୟମ କରାଯିବା ଆବଶ୍ୟକ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ କୌଶଳ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଆଗାମୀ ଦିନରେ ଏହି ପୁରାତନ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା କରାଯିବ ବୋଲି କହିଥିଲେ। ଏଥିପାଇଁ ଏକ ଉଚ୍ଚସ୍ଥରୀୟ ବୈଠକ ଡକାଯିବ ବୋଲି ସେ କହିଛନ୍ତି। ଏହି ଅନୁଷ୍ଠାନକୁ ଏକ ପୂର୍ଣ୍ଣକାଳୀନ କ୍ୟାମ୍ପସରେ ପରିଣତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଉତ୍ସବ ଆରମ୍ଭରେ ସ୍ୱାଗତ ଭାଷଣ ଦେବା ଅବସରରେ ପୁରାତନ ଛାତ୍ର ସଂସଦର ସଭାପତି ପ୍ରଫେସର ଗଙ୍ଗାଧର ମିଶ୍ର ଆଇଏମଆଇଟିର ଶିକ୍ଷକ ସମସ୍ୟା, କ୍ୟାମ୍ପସ ନିର୍ମାଣ ଏବଂ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ।

- Advertisement -

ଏହି ଅବସରରେ ଆଇଏମଆଇଟିର ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢୀ ଅନୁଷ୍ଠାନର ସଫଳତା ବର୍ଣ୍ଣନା କରିବା ସହ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଅଧ୍ୟାପିକା ସୀତାରା ନଜିର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories