QNETIC – Mobile

କ୍ରିକେଟ ବିଶ୍ୱକପରେ ପୁଣି ଜିତିଲା ନେଦରଲାଣ୍ଡସ

ଡେସ୍କ: କ୍ରିକେଟ ବିଶ୍ୱକପର ୨୮ତମ ମ୍ୟାଚରେ ଆଜି ନେଦରଲାଣ୍ଡ୍‌ସ ୮୭ ରନରେ ବାଂଲାଦେଶକୁ ପରାସ୍ତ କରିଛି। ନେଦରଲାଣ୍ଡ୍‌ସ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୨୯ ରନ ସ୍କୋର କରିଥିବା ବେଳେ, ଏହାର ଜବାବରେ ବାଂଲାଦେଶ ୪୨.୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୪୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।

ପ୍ରଥମେ ଟସ ଜିତି ନେଦରଲାଣ୍ଡ୍‌ସ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଏଡ଼ୱାର୍ଡ଼ ସର୍ବାଧିକ ୬୮ ରନ କରିଥିବା ବେଳେ ବାରେସୀ ୪୧ ଓ ଏଞ୍ଜେଲବ୍ରେଟ ୩୫ ରନ ସଂଗ୍ରହ କରିଥିଲେ। ଦ୍ଵିତୀୟ ଇନିଂସରେ ବାଂଲାଦେଶ ୨୨୯ ରନ ପିଛା କରି ମାତ୍ର ୧୪୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ହାସନ ମୀରାଜ ସର୍ବାଧିକ ୩୫ ରନ ସ୍କୋର କରିଥିଲେ। ଆଜିର ମ୍ୟାଚରେ ୪ ୱିକେଟ ନେଇଥିବା ମିକେରେନ ପ୍ଲେୟାର ଅଫ ଦି ମ୍ୟାଚ୍‌ ହୋଇଛନ୍ତି।

Comments are closed.