www.samajalive.in
Sunday, December 7, 2025
16.1 C
Bhubaneswar

୧୫ରୁ ଖୋଲିବ ସିନେମା ହଲ୍‍, ନିର୍ଦ୍ଦେଶାବଳୀ ଜାରି

ଚଳିତ ଅକ୍ଟୋବର ୧୫ରୁ ଦେଶରେ ସିନେମାହଲ୍‍ଗୁଡ଼ିକୁ ଖୋଲିବା ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀକୁ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଉନ୍ମୋଚନ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ସିନେମାହଲ୍‍ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଏବେ ଚଳଚ୍ଚିତ୍ର ପ୍ରଦର୍ଶନ କରାଇବେ। ପୂର୍ବରୁ ଜାରି ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଥିଲା।

ଜାବଡେକର କହିଛନ୍ତି, ଶାରୀରିକ ଦୂରତା କଟକଣାକୁ ଧ୍ୟାନରେ ରଖି ସିନେମାହଲଗୁଡ଼ିକରେ ବସିବା ବ୍ୟବସ୍ଥା କରାଯିବ। ଦୁଇଜଣ ଦର୍ଶକଙ୍କ ମଧ୍ୟରେ ଗୋଟିଏ ଚେୟାରକୁ ଖାଲି ଛାଡ଼ିଦିଆଯିବ। ହଲ୍‍ଗୁଡ଼ିକରେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସିନେମାହଲ୍‍ ପରିଚାଳକ ହଲ୍‍ ମଧ୍ୟରେ ଯେପରି ଉପଯୁକ୍ତ ବାୟୁ ଚଳାଚଳ କରିବ, ତାହା ସୁନିଶ୍ଚିତ କରିବେ। ଦୁଇଟି ସୋ’ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖିବାକୁ ମଧ୍ୟ କୁହାଯାଇଛି। ଏହା ଦ୍ୱାରା ଗୋଟିଏ ସୋ’ ସରିଗଲା ପରେ ହଲ୍‍କୁ ସଂପୂର୍ଣ୍ଣ ଭାବେ ବିଶୋଧନ କରାଯାଇପାରିବ।

- Advertisement -

ସିନେମା ପ୍ରଦର୍ଶନ ଆରମ୍ଭ ହେବା ପୂର୍ବରୁ ୧ ମିନିଟ୍‍ର କୋଭିଡ ନାଇଣ୍ଟିନ୍‍ ସଚେତନତା ବାର୍ତ୍ତା ଦର୍ଶକମାନଙ୍କ ପାଇଁ ପ୍ରସାରଣ କରାଯିବାକୁ କୁହାଯାଇଛି। ଜାବଡେକର କହିଛନ୍ତି, ସିନେମା ହଲ୍‍ଗୁଡ଼ିକରେ ଟିକେଟ୍‍ କାଉଣ୍ଟର ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ କୁହାଯାଇଛି। ଏହା ଦ୍ୱାରା ଶାରୀରିକ ଦୂରତା ରକ୍ଷାକରାଯାଇ ପାରିବ। ଏହି ନିର୍ଦ୍ଦେଶାବଳୀରେ ଅନଲାଇନ ମାଧ୍ୟମରେ ଟିକେଟ୍‍ ବୁକିଂ ଉପରେ ଗୁରୁତ୍ୱ ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories