www.samajalive.in
Tuesday, December 9, 2025
26.1 C
Bhubaneswar

୬ ବରିଷ୍ଠ ଆଇଏଏସ୍‌ଙ୍କୁ ସର୍ବୋଚ୍ଚ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୬ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଅଧିକାରୀଙ୍କୁ ସର୍ବୋଚ୍ଚ ସ୍କେଲ ପାହ୍ୟା(ଏସିଏସ୍) ପାହ୍ୟାକୁ ପଦୋନ୍ନତି ମିଳିଛି। ଏଥିମଧ୍ୟରେ ୧୯୯୦ ବ୍ୟାଚର ଦୁଇଜଣ ବରିଷ୍ଠ ଆଇଏଏସ୍ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ରାଜ୍ୟ ସରକାରଙ୍କ ଅଧୀନରେ ୧୯୯୧ ବ୍ୟାଚର ୪ଜଣ ଆଇଏଏସ୍ କାର୍ଯ୍ୟରତ ଅଛନ୍ତି। ଏ ସଂକ୍ରାନ୍ତରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ୍ ତଥା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ରାଜସ୍ବ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ ସାଧାରଣ ପ୍ରଶାସନ ବିଭାଗରେ ସ୍ବତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ବିଜୟ ଆରୋରାଙ୍କୁ ସର୍ବୋଚ୍ଚ ସ୍କେଲ ପାହ୍ୟା ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍) ପାହ୍ୟାକୁ ପଦୋନ୍ନତି ମିଳିଛି। ଏହାବାଦ୍ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ୍ ଗୁଡ୍ଡୀ ଶ୍ରୀନିବାସ ଏବଂ ଆରତି ଆହୁଜାଙ୍କୁ ମଧ୍ୟ ପଦୋନ୍ନତି ମିଳିଛି। ହେଲେ ସେମାନେ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ କେନ୍ଦ୍ର ସରକାରଙ୍କ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପଦୋନ୍ନତି ସହ ଅବସ୍ଥାପିତ ହେବେ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତମାସ ପ୍ରଥମ ସପ୍ତାହରେ ଏନେଇ ଏକ ପଦୋନ୍ନତି ବୈଠକ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟକୁ ସୁପାରିସ କରାଯାଇଥିଲା। ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories