ଯୋଧପୁରରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର ଏମଆଇ-୧୭

ଡେସ୍କ: ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ଯୋଧପୁର ନିକଟ ପୀଲୱା ଗ୍ରାମରେ ଜରୁରୀ ଅବତରଣ କରିଛି। ବାୟୁସେନା ଅଧିକାରୀଙ୍କ କହିବା ଅନୁଯାୟୀ, ହେଲିକପ୍ଟରକୁ ଯାଞ୍ଚ କରାଯିବା ପରେ ଫଲୋଦି ବାୟୁସେନା ଷ୍ଟେସନକୁ ଫେରାଇ ଅଣାଯାଇଛି। ସୂଚନାଯୋଗ୍ୟ, ଏମଆଇ-୧୭ଭି୫ ଏବଂ ଏମଆଇ-୧୭ ହେଲିକପ୍ଟରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯାତ୍ରା କରିଥାନ୍ତି।

ପୂର୍ବରୁ ଗତ ବୁଧବାର, ନୌସେନାର ଏକ ହେଲିକପ୍ଟର ମଧ୍ୟ ପାଣିରେ ଜରୁରୀ ଅବତରଣ କରିଥିଲା। ସେଥିରେ ଥିବା ୩ ଜଣ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

Comments are closed.