www.samajalive.in
Tuesday, December 9, 2025
16.1 C
Bhubaneswar

ହାଇଦରପୋରା ଘଟଣା: ବିଦେଶୀ ଆତଙ୍କି ଓ ତାହାର ସ୍ଥାନୀୟ ସହଯୋଗୀ ସଂପୃକ୍ତ ଥିଲେ

ଶ୍ରୀନଗର: ଜମ୍ମୁ କାଶ୍ମୀରର ହାଇଦରପୋରାଠାରେ ନଭେମ୍ବର ୧୫ ତାରିଖ ଦିନ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ମୃତ୍ୟୁ ଘଟିଥିବା ଦୁଇଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବିଦେଶୀ ଆତଙ୍କବାଦୀ ରହିଥିଲା ଏବଂ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ଚିହ୍ନଟ କରିଥିଲେ । ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଏହା ପ୍ରକାଶ କରିଛି । ଏସଆଇଟି ପକ୍ଷରୁ କୁହାଯାଇଛି ଯେ ଉକ୍ତ ଦୁଇ ଆତଙ୍କବାଦୀ ଘର ମାଲିକଙ୍କୁ ଢାଲ ବନାଇ ତାହା ମଧ୍ୟରେ ଆତ୍ମଗୋପନ କରିଥିଲେ । ଜୋନସ୍ତରୀୟ ଏସଆଇଟି ତାହାର ତଦନ୍ତ ସମୟରେ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ସୁରକ୍ଷା ବାହିନୀର ପାଲଟା କାର୍ଯ୍ୟାନୁଷ୍ଠାନ ସମୟରେ ସେଠାରୁ ୨ ପିସ୍ତଲ, ୪ଟି ମାଗାଜିନ ଆଦି ଜବତ କରାଯାଇଥିଲା । ଘଟଣାସ୍ଥଳରୁ ଦୁଇ ଆତଙ୍କବାଦୀ ଏବଂ ଘର ମାଲିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଡା.ମୁଦାସିର ଗୁଲଙ୍କ ମୃତଦେହକୁ ହଲ ଉପର ମହଲାରୁ ଉଦ୍ଧାର କରାଯାଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ଉକ୍ତ ମୃତଦେହ ମଧ୍ୟରୁ ଜଣେ ବିଦେଶୀ ଆତଙ୍କି ରହିଥିବା ଚିହ୍ନଟ କରିଥିଲେ ବୋଲି ଏସଆଇଟି ଦାୟିତ୍ୱରେ ଥିବା ଡିଆଇଜି ସୁଜିତ କେ ସିଂ ସାମ୍ବାଦିକମାନଙ୍କୁ କହିଛନ୍ତି । ସୂଚନାଯୋଗ୍ୟ ଯେ ହାଇଦରପୋରାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷା ବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା । ସେଠାରେ ସୁରକ୍ଷାବାହିନୀ ପହଞ୍ଚି ତଲାସି କରିବା ସମୟରେ ଆତଙ୍କିମାନେ ସୁରକ୍ଷା ବାହିନୀ ଯବାନଙ୍କ ଉପରେକୁ ଆକ୍ରମଣ କରିଥିଲେ । ସୁରକ୍ଷା ବାହିନୀର ପାଲଟା ଆକ୍ରମଣରେ ଦୁଇ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା । ସୁରକ୍ଷାବାହିନୀର ତଲାସି କାର୍ଯ୍ୟରେ ସହଯୋଗ କରିବାକୁ ପୁଲିସ ପକ୍ଷରୁ ଘର ମାଲିକ ଅଲତାଫ ଅହମଦ ଏବଂ ଭଡା ରହୁଥିବା ମୁଦାସିରଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସେମାନେ ସେଥିପାଇଁ ମନା କରିବାରୁ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ସେମାନଙ୍କର ପ୍ରାଣହାନି ଘଟିଥିଲା । ଏହି ଘଟଣାକୁ ନେଇ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକସଭା ସାଂସଦ ଫାରୁକ ଅବଦୁଲ୍ଲା ଗତମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ରଲେଖି ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଅବଦୁଲ୍ଲା ତାଙ୍କ ନିବେଦନରେ କହିଥିଲେ ଯେ ଉକ୍ତ ଘଟଣାରେ ମୋଟ ଚାରିଜଣଙ୍କର ପ୍ରାଣହାନି ଘଟିଥିଲା । ସେମାନଙ୍କ ମଧ୍ୟରେ ଜଣେ ବିଦେଶୀ ଆତଙ୍କବାଦୀ ରହିଥିଲା । ତାହାସହିତ ତାହାର ସ୍ଥାନୀୟ ସହଯୋଗୀ ମଧ୍ୟ ଉକ୍ତ ଘଟଣାରେ ପ୍ରାଣ ହରାଇଥିଲା ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories