www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଔଷଧ ‘୨-ଡିଜି’; ଜାଣନ୍ତୁ, କେତେ ପ୍ରଭାବୀ ଓ କେବେ ସୁଦ୍ଧା ଉପଲବ୍ଧ ହେବ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ୨ୟ ତରଙ୍ଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସମୟରେ କେନ୍ଦ୍ର ସରକାର ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ପ୍ରସ୍ତୁତ କରୋନା ଔଷଧକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହି ଔଷଧର ନାମ ହେଉଛି ୨-ଡିଓକ୍ସି-ଡି-ଗ୍ଲୁକୋଜ ବା ୨-ଡିଜି। କରୋନାରୁ ଆରୋଗ୍ୟ ପାଇଁ ଏହି ଔଷଧ ବ୍ୟବହାର କରାଯିବ। ଏହାର କ୍ଲିନିକାଲ ପରୀକ୍ଷଣ ବି ସମାପ୍ତ ହୋଇଛି। ତେବେ ଏହା ମଣିଷ ଶରୀରରେ କରୋନା ଭୂତାଣୁକୁ ପ୍ରତିହତ କରିବାରେ କେତେ ପ୍ରଭାବଶାଳୀ ତାହା ଆସନ୍ତୁ ଜାଣିବା।

ଏହି ଔଷଧ ସମ୍ପର୍କରେ ଡିଆରଡିଓର ଜଣେ ଅଧିକାରୀ କହିଛନ୍ତି, ଏହା ରୋଗୀଙ୍କୁ ଆରୋଗ୍ୟ ହେବାରେ ଏବଂ ଅମ୍ଳଜାନ ଉପରେ ରୋଗୀଙ୍କ ନିର୍ଭରତା ହ୍ରାସ କରିବାରେ ସହାୟକ ହୋଇଥାଏ। ଆର୍ଥତ ଏହି ଔଷଧ ସେବନ କରିବା ଦ୍ବାରା ରୋଗୀ କରୋନା ଭୂତାଣୁଠାରୁ ଶୀଘ୍ର ମୁକ୍ତ ହେବେ।

- Advertisement -

କ୍ଲିନିକାଲ ପରୀକ୍ଷଣ ଫଳାଫଳ

୨-ଡିଜି ଔଷଧକୁ ଡିଆରଡିଓର ପରମାଣୁ ଚିକିତ୍ସା ଏବଂ ସମ୍ବନ୍ଧ ବିଜ୍ଞାନ ସଂସ୍ଥାନ (ଆଇଏନଏମଏଏସ) ହାଇଦ୍ରାବାଦସ୍ଥିତ ଡା. ରେଡ୍ଡୀ ଲାବରେଟୋରି ସହିତ ମିଶି ପ୍ରସ୍ତୁତ କରିଛି। ଗତବର୍ଷ ମେ ଏବଂ ଅକ୍ଟୋବର ମାସରେ ଏହି ଔଷଧର ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସମ୍ପନ୍ନ ହୋଇଥିଲା। ୨ୟ ପର୍ଯ୍ୟାୟ ପରୀକ୍ଷଣର ପ୍ରଥମ ଭାଗରେ ୬ଟି ଡାକ୍ତରଖାନା ସାମିଲ ହୋଇଥିଲାବବେଳେ ୨ୟ ଭାଗରେ ୧୧ ଡାକ୍ତରଖାନା ସାମିଲ ହୋଇଥିଲେ। ମୋଟ ୧୧୦ ଜଣ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିଲା। ଔଷଧ ସେବନ କରିଥିବା କରୋନା ରୋଗୀମାନେ ଔଷଧ ସେବନ କରି ନ ଥିବା ରୋଗୀଙ୍କ ତୁଳନାରେ ଅଢ଼େଇ ଦିନ ଆଗୁଆ ସୁସ୍ଥ ହୋଇଯାଇଥିଲେ।

ଏହା ପରେ ଗତ ବର୍ଷ ନଭେମ୍ବରରେ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ହୋଇଥିଲା। ଏହି ପରୀକ୍ଷଣରେ ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ନାଟକ ଏବଂ ତାମିଲନାଡୁର ୨୭ କୋଭିଡ ଡାକ୍ତରଖାନା ଅଂଶଗ୍ରହଣ କରିଥିଲେ। ଏହି ଔଷଧ ଗ୍ରହଣ କରିଥିବା ରୋଗୀମାନଙ୍କ ପାଇଁ ଅମ୍ଳଜାନର ଆବଶ୍ୟକତା କମ୍‌ ଦେଖିବାକୁ ମିଳିଥିଲା। ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ କ୍ଷେତ୍ରରେ ବି ସମାନ ଫଳାଫଳ ଦେଖିବାକୁ ମିଳିଥିଲା।

କିପରି କାମ କରେ ୨-ଡିଜି

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, କ୍ଲିନିକାଲ ପରୀକ୍ଷଣରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ଔଷଧ ରୋଗୀଙ୍କୁ କରୋନାରୁ ଆରୋଗ୍ୟ କରିବାର ଗତିକୁ ବଢ଼ାଇଥାଏ। ଅମ୍ଳଜାନ ଉପରେ ନିର୍ଭରତାକୁ ବି କମ୍‌ କରିଥାଏ। ଯେଉଁ ରୋଗୀଙ୍କୁ ୨-ଡିଜି ଔଷଧ ଦିଆଯାଇଥିଲା ସେମାନଙ୍କ ଆରଟି-ପିସିଆର ପରୀକ୍ଷା ଜଲଦି ନେଗେଟିଭ ଆସିଥିଲା। ଏହା ପୀଡ଼ିତଙ୍କ ପାଇଁ ବହୁ ସହାୟକ ସାବ୍ୟସ୍ତ ହୋଇଛି।

କିପରି ସେବନ କରିବେ

କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ, ୨-ଡିଜି ଔଷଧ ଏକ ପାଉଚ୍‌ରେ ପାଉଡର ଅବସ୍ଥାରେ ଥାଏ। ଯାହାକୁ ପାଣିରେ ଗୋଳାଇ ସହଜରେ ପିଆଯାଇ ପାରିବ। ଏହା ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଥିବା କୋଷିକାରେ ଜମିଯାଇଥାଏ ଏବଂ ଭାଇରସ ସିନ୍ଥେସିସ୍‌ ଓ ଏନର୍ଜୀ ପ୍ରଡକ୍ସନକୁ ରୋକି ଭୂତାଣୁକୁ ବଢ଼ିବାରେ ବାଧା ଦେଇଥାଏ।

ଡିଆରଡିଓ କହିଛି ଯେ, ଏହି ଔଷଧକୁ ଅତି ସହଜରେ ଉତ୍ପାଦିତ କରାଯାଇ ପାରିବ। ସେଥିଲାଗି ଖୁବଶୀଘ୍ର ଏହା ଭାରତୀୟ ବଜାରରେ ଉପଲବ୍ଧ ହେବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories