www.samajalive.in
Tuesday, December 9, 2025
23.1 C
Bhubaneswar

ଘରର ମୂଲ୍ୟ ୩୫.୮ ଅରବ

# ଆଜିର ସମୟରେ ଲୋକେ ଘର ତିଆରି କରିବାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଆଦୌ ମନ ଊଣା କରୁନାହାନ୍ତି। କରଜ କରି କିମ୍ବା ନିଜ ସଞ୍ଚୟରୁ ବଞ୍ଚାଇ ଲୋକେ ବହୁ ମୂଲ୍ୟ ବିଳାସମୟ ଘର ତିଆରି ଯୋଜନା କରୁଛନ୍ତି। ଏପରିସ୍ଥଳେ ଆମେରିକାର ଲସ୍‌ଆ​‌େ​‌ଞ୍ଜଲସ୍‌‌ସ୍ଥିତ ବେଲ୍‌ ଏୟାର ପାହାଡ଼ ଉପରେ ନିର୍ମିତ ଏକ ବିଳାସମୟ ଅଟ୍ଟାଳିକା ୩୫.୮ ଅରବ ମୂଲ୍ୟରେ ବିକ୍ରି ହୋଇଛି। ୧ଲକ୍ଷ ବର୍ଗ ଫୁଟ୍‌୍ ପରିସୀମାରେ ବହୁ ମୂଲ୍ୟ ଘରଟିକୁ ତିଆରି କରାଯାଇଥିବାର ପ୍ରକାଶ। ଆମେରିକାର ସବୁଠୁ ନାମୀ ଦାମୀ ଘର ଡିଜାଇନ୍ କରୁଥିବା ନିଲ୍ ନିୟାମି ଏଇ ଘରର ଡିଜାଇନ୍ କରିଛନ୍ତି। ଏହି ବିଳାସମୟ ଅଟ୍ଟାଳିକାର ବିଶେଷତ୍ବ ହେଲା, ପୂରା ଲସ୍‌ଆଞ୍ଜେଲସ୍‌‌ର ଦୃଶ୍ୟ ଏଇ ଘରୁ ଦେଖାଯାଇଥାଏ। ଏହା ସହ ପ୍ରଶାନ୍ତ ମହାସାଗରର ସୁନ୍ଦର ଦୃଶ୍ୟ ମଧ୍ୟ ଘରୁ ଦୃଶ୍ୟମାନ ହୁଏ। ଘରର ଏକ ସ୍ବତନ୍ତ୍ର କକ୍ଷରେ କାଚର କାନ୍ଥ ଥିବାବେଳେ କାନ୍ଥ ସଂଲଗ୍ନ ଆକ୍ବାରିୟମ୍ କରାଯାଇ ରଙ୍ଗରେବଙ୍ଗର ମାଛମାନ ରଖାଯାଇଛି। ଘରର ପଛପାଖରେ ବୃହତ୍ ସୁଇମିଂ ପୁଲ୍ ରହିଛି, ସେଠାରୁ କାଲିଫର୍ଣ୍ଣିଆ ପାହାଡ଼ର ସୁନ୍ଦର ଦୃଶ୍ୟ ଉପଭୋଗ କରିହେବ। ୩୫.୮ ଅରବ ମୂଲ୍ୟର ଏହି ଘରକୁ କିଣିବା ନିମନ୍ତେ ଆମେରିକା ଓ ଇଉରୋପର ସଂଖ୍ୟାଧିକ ଧନିକଗୋଷ୍ଠୀ ବାର୍ତ୍ତାଳାପ ଚଳାଇଛନ୍ତି। ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ଘରର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଜନୈକ କର୍ମଚାରୀଙ୍କ ମତ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories