www.samajalive.in
Monday, December 8, 2025
16.1 C
Bhubaneswar

ରବିବାର ରାଶିଫଳ (୩୧/୦୧/୨୦୨୧)

ମେଷ: ଅର୍ଥର ତ୍ରିଧାରା ଆପଣଙ୍କ ଭଣ୍ଡାର ପରିପୂର୍ଣ୍ଣ କରିପାରେ। ୧- ଆକସ୍ମିକ ଧନଲାଭ, ୨- ବ୍ୟବସାୟରୁ ପ୍ରଚୁର ଲାଭ। ୩- ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ। ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ଧାର୍ମିକ ଓ ତେଜସ୍ବୀ ହେବେ।

ବୃଷ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ ଧର୍ମକୁ ଶ୍ରେୟ ମଣିବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକ୍ଷେତ୍ର ଲାଭଦାୟକ ହେବ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ମିଥୁନ: ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁରଭାଷା ବ୍ୟବହାର ଯୋଗୁଁ ଲୋକଙ୍କ ଆଦରଣୀୟ ହେବେ। ମେଳାପୀ ପ୍ରକୃତିର ହେବେ। ଥଣ୍ଡା କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ହେବେ। ସାହସୀ ହୋଇପାରନ୍ତି।

କର୍କଟ: ପରମ ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବ୍ୟବସାୟରୁ ଅଧିକ ଧନ ଅର୍ଜନ କରିପାରନ୍ତି। ମିତ୍ର ସୁଖ ଲାଭ କରିବେ।

ସିଂହ: ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରୋଜଗାର ଆଶାନୁରୂପ ହେବ। ଧନ ସମ୍ପଦ ଭରପୁର ରହିବ। ଚକ୍ଷୁପୀଡ଼ା ଭୋଗ କରିବେ।

କନ୍ୟା: କଫଜନିତ ସାମୟିକ କଷ୍ଟ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବ। ମଧୁରଭାଷୀ ହୋଇପାରନ୍ତି। ଶତ୍ରୁ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। ଖର୍ଚ୍ଚ ପରିମାଣ ଆଶାତୀତ ବୃଦ୍ଧି ପାଇପାରେ। ମହିଳାମାନଙ୍କର ସାହାଯ୍ୟକାରୀ ହୋଇପାରନ୍ତି। ଜ୍ଞାନୀ ହେବେ।

ତୁଳା: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶ ଅର୍ଜନ କରି ନିଜର ମହାନତା ପ୍ରତିପାଦନ କରିପାରନ୍ତି। ଲୋକପ୍ରିୟ ହେବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର-ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟାରେ ଆଗ୍ରହୀ ହେବେ।

ବିଛା: କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।

ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର: ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସର୍ଦ୍ଦି ଥଣ୍ଡାରେ ଆକ୍ରାନ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ମିତ୍ରମାନେ କରଛଡ଼ା ଦେବେ। ଉଚ୍ଚସ୍ଥାନ ଆରୋହଣ ନିଷେଧ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କୁମ୍ଭ: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ। ସେବା ପାଇଁ ନିଜକୁ ଉତ୍ସର୍ଗ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ଦାନ ଧର୍ମକୁ ଶ୍ରେଷ୍ଠ ଧର୍ମ ଭାବେ ଆଦରି ନେଇପାରନ୍ତି।

ମୀନ: ବଦଖର୍ଚ୍ଚି ହୋଇପାରନ୍ତି। ଚକ୍ଷୁରେ ସାମୟିକ ଭାବେ ପୀଡ଼ା ଅନୁଭବ କରିବେ। ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories