ସୋମବାର ରାଶିଫଳ( ୨୧/୦୩/୨୦୨୨)

ମେ​ଷ :​‌ ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଶୁଭଦାୟକ ହେବ। ସ୍ବକର୍ମ ପାଇଁ ଗର୍ବିତ ହେବେ।

ବୃଷ : ସତ୍‌ ଚିନ୍ତା ଯୋଗଁୁ ଅପୂର୍ଣ୍ଣତାରୁ ପ୍ରାପ୍ତ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସମୃଦ୍ଧିର ମୂଳଦୁଆ ପଡ଼ିବ। ଶତ୍ରୁମାନେ ଆପଣାଛାଏଁ ଅପସରି ଯିବେ। ଆଦର୍ଶବାଦୀ ହେବେ।
ମିଥୁନ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

କର୍କଟ : ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରୁ ଲାଭବାନ୍‌ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ସିଂହ : ମନରେ ପ୍ରସନ୍ନତା ଭାବ ଉଦ୍ରେକ ହୋଇପାରେ। ଈଶ୍ବରୀୟ ଚେତନାରେ ଉଦ୍‌ବୃଦ୍ଧ ହୋଇପାରନ୍ତି। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ସର୍ବତ୍ର ବିଜୟୀ ହେବେ।

କନ୍ୟା : ଭାଗ୍ୟଦେବୀ ପ୍ରସନ୍ନ ଅଛନ୍ତି। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ସହାୟତା ମିଳିବ।

prayash

ତୁଳା : କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ।

ବିଛା : ସାଧନାରେ ସିଦ୍ଧିପ୍ରାପ୍ତ ପାଇଁ ନିର୍ଭରଶୀଳ ନ ହୋଇ ଈପ୍‌ସିତ କର୍ମରେ ଅଗ୍ରଗାମୀ ହେବେ। ମଧୁର ଭାଷା ଓ ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ନୂତନ ଯୋଜନା ପାଇଁ ଅଧିକ ବ୍ୟୟ କରିପାରନ୍ତି।

ଧନୁ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ।

ମକର : କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ। ସୁଖୀ ହେବେ।

କୁମ୍ଭ : ଭାଗ୍ୟଶାଳୀ ହେବେ। ଅନ୍ୟର ପେଟ ଚିହ୍ନିବାର ଶକ୍ତି ସମ୍ପନ୍ନ ହେବେ। ଜୀବନକୁ ସହଜ ଭାବେ ଗ୍ରହଣ କରିବାର ପ୍ରବୃତ୍ତିଯୁକ୍ତ ହେବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ।

ମୀନ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆଶା ମରୁଭୂମିର ମରୀଚିକା ପରି ଛଳନାମୟୀ ହୋଇପାରେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି।

kalyan agarbati

Comments are closed.