ମଙ୍ଗଳବାର ରାଶିଫଳ (୧୫/୦୩/୨୦୨୨) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Mar 15, 2022 Share ମେଷ : ଶ୍ରମର ମୂଲ୍ୟାଙ୍କନ ହୋଇପାରେ। କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ଯାନବାହନ ସୁଖ ମିଳିବ। କୃଷିଜାତ ଦ୍ରବ୍ୟରୁ ଲାଭବାନ୍ ହେବେ। ଗୃହ ପରିବେଶ ବାସ ଉପଯୋଗୀ ହେବ। ବୃଷ : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭ୍ରାତୃଭାବ ଅତୁଟ ରହିବ। ଅଶାନ୍ତି ଦୂର ହେବ। ଦେବ ଦର୍ଶନରେ ଅପାର ଆନନ୍ଦ ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ମିଥୁନ : ବ୍ୟବସାୟ ଲାଭଜନକ ହେବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଯୋଗଁୁ ମହନୀୟ ପଦ-ପଦବୀରେ ମଣ୍ଡିତ ହେବେ। କର୍କଟ : କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଲାଭବାନ୍ ହୋଇପାରନ୍ତି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଅନ୍ୟର ଚଲାପଥରେ ଆଲୋକବର୍ତ୍ତିକା ହେବେ। ସିଂହ : ଅଧିକ ବ୍ୟୟ ଦୁଶ୍ଚିନ୍ତାର କାରଣ ହୋଇପାରେ। ଏକାନ୍ତବାସକୁ ଇଚ୍ଛା କରିପାରନ୍ତି। ସାହସୀ ଓ ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି। ଶତ୍ରୁଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। କର୍ମଚଞ୍ଚଳ ରହିବେ। କନ୍ୟା : କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ସୁଖ, ସମୃଦ୍ଧି ସଂଚରିତ ହୋଇପାରେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। Related Posts ଶ୍ରୀମନ୍ଦିରର ୫୦ଟି ସ୍ଥାନରେ ହେବ ପାନୀୟ ଜଳ… Jan 22, 2025 ଭାରତ-ଇଂଲଣ୍ଡ ଟି-୨୦: ୭ ଓ୍ବିକେଟରେ ଜିତିଲା… Jan 22, 2025 ତୁଳା : ନିର୍ବିଘ୍ନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ପ୍ରଶଂସାର ପାତ୍ର ହୋଇପାରନ୍ତି। ଗୁରୁଭକ୍ତିରସ ଓ ପ୍ରେମରସର ଅଧିକାରୀ ହୋଇପାରନ୍ତି। ବିଛା : କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ବିବେକାନୁମୋଦିତ କାର୍ଯ୍ୟକରି ଧର୍ମର ମାର୍ଗ ବାଛିନେବେ। ଧନୁ : ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅସୁସ୍ଥ ଥିଲେ ବି କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗାମୀ ହେବେ। କାର୍ଯ୍ୟ ଫଳପ୍ରସୂ ହେବ। ଯାନବାହନ ଚଳାଚଳରେ ସତର୍କ ରହିବେ। ମକର : ସୁଖକର ଘଟଣାମାନ ଘଟିପାରେ। କାର୍ଯ୍ୟ ଫଳପ୍ରସୂ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସୁସ୍ବାଦୁ ଭୋଜନ କରିପାରନ୍ତି। ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରିବେ। କୁମ୍ଭ : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣିପାରନ୍ତି। ସମର୍ପିତ ଜୀବନ-ଯାପନ ଓ କର୍ମଚଞ୍ଚଳ ହେବେ। ମୀନ : କାର୍ଯ୍ୟ କ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଉପୁଜିଥିବା ସମସ୍ୟାର ସମାଧାନ ହେବ। ସତ୍ଚିନ୍ତାରେ ମଗ୍ନ ହୋଇପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହେବେ। Share FacebookTwitterWhatsApp
Comments are closed.